


ଛତ୍ରପୁର (ସମୃଦ୍ଧ ଓଡିଶା) ଅନସ୍ଲୋ ହାଇସ୍କୁଲରେ ଛତ୍ରପୁର ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା(ଟିଏଲଏମ) ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକର ୧୩ଟି କ୍ଲଷ୍ଟର ୧୩୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏହିଭଳି ମେଳା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭା ବିକଶିତ ହୋଇଥାଏ । ତେଣୁ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାକୁ ଅଧିକ ଦୃଷ୍ଟି ଦେବା ଉପରେ ପ୍ରାଧାନ୍ୟ ଦେଇଥାନ୍ତି ବୋଲି କହିଥିଲେ । ଏହାସହ ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମେଳା ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକଶିତ ହୋଇପାରିବ ବୋଲି କହିଥିଲେ । ଚଳିତ ମାସ ୧୪ରୁ ବ୍ଲକର ପ୍ରତି କ୍ଲଷ୍ଟରୁ ଏହି ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଥିଲା । ସେଥିରେ ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ବ୍ଲକ ସ୍ତରୀୟକୁ ମନୋନୀତ କରାଯାଇଥିଲା । ବ୍ଲକ ସ୍ତରରେ ପୁଣି ମନୋନୀତ ହୋଇ ଅକ୍ଟୋବର ୨ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳାରେ ଅଂଶ ଗ୍ରହଣ କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର, ସୀତାରାମ ପାତ୍ର, ଅନସ୍ଲୋ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନାମିତ ଦେ ପ୍ରମୁଖ ମଞ୍ଚାସିନ ରହିଥିଲେ । ଅବସରପ୍ରାପ୍ତ ବିଆରସିସି କେ.ବିଭିଷଣ ପାତ୍ର, ଜି. ପାପାରାଓ, ଵିପୁଲିଂଗି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋରା ପ୍ରସାଦ ଶତପଥୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ । ଏହାସହ ମନୋଜ ତ୍ରିପାଠୀ, ଜୟକୃଷ୍ଣ ବେହେରା, ଦିଲ୍ଲୀପ ପଳେଇ, ଗୌରୀ ଶତପଥୀଙ୍କ ସମେତ ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









