ଅନସ୍ଲୋ ହାଇସ୍କୁଲରେ ଜାତୀୟ ଶିକ୍ଷା ଦିବସ ପାଳିତ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ସମ୍ମିଳନୀ ଗୃହରେ ଗତକାଲି ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷାର ଗୁଣାତ୍ମକ ମନରେ ଉନ୍ନତି ଓ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପ୍ରଗତି ସହ ଅଭିଭାବକ ସମ୍ମିଳନୀ କରିବା ପାଇଁ ସ୍ଥିର ହୋଇଥିଲା । ଏଥିସହ ସ୍କୁଲର ପୁରାତନ ଛାତ୍ରଛାତ୍ରୀଂକୁ ଇଏକତ୍ରିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ କ୍ୟାବିନେଟ ପୁନର୍ଗଠନ କରାଯାଇଥିଲା । ଛାତ୍ରୀ ସ୍ମୃତିରେଖା ସାମଲ ଶିକ୍ଷାମନ୍ତ୍ରୀ ଭାବେ ଚୟନ ହୋଇଥିଲେ । ସିଆରସିସି ମନୋଜ ତ୍ରିପାଠୀ, ଶିକ୍ଷକ ଜଗଦୀଶ ଚନ୍ଦ୍ର ପଲେଇ, ଶିକ୍ଷକ ବିଦ୍ୟାଧର ଦାସ, ବାଉରୀବନ୍ଧୁ ପଣ୍ଡା, ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତି, ଅନିତା ଦାସ, ସୁଚିତ୍ରା ପାଣିଗ୍ରାହୀ, ନାମିତ ଦେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା