ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୋପାଳପୁର ସଟଡାଉନ୍…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସି ପକ୍ଷରୁ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହରକୁ ସଟଡାଉନ୍ ଘୋଷଣା କରାଯାଇଥିବା ନେଇ ଏନଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ସୂଚନା ଦେଇଛନ୍ତି । ଏହା ସହ ଗୋପାଳପୁରର ପ୍ରବେଶ ପଥରେ ବେରିକେଡିଂ ନିର୍ମାଣ କରାଯାଇ ଗୋପାଳପୁର ଲୋକଙ୍କୁ ବାହାରକୁ ଯିବା ବାହାର ଲୋକଙ୍କୁ ଗୋପାଳପୁର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋପାଳପୁରରେ ସମ୍ପୂର୍ଣ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ପୁଣି ଆଜି ଅପରାହ୍ନରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା ପରେ ଗୋପାଳପୁର ବାସୀଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ନେଇ ଏନଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସେ ଏହାକୁ ଗୋପାଳପୁରରେ ଲାଗୁ କରିବା ସହ ଏହାକୁ ଗ୍ରିନ ଜୋନ ଭାବେ ପରିଗଣିତ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ମଧ୍ୟରେ ଗୋପାଳପୁରରେ ଗୋଟିଏ ପରିବାରର ୭ ଜଣ ପଜିଟିଭ ଆକ୍ରାନ୍ତ ପରେ ଆଉ କୈାଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା