ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଶ୍ରମିକ ଆନ୍ଦୋଳନ ୮ ଦିନରେ ବନ୍ଦ : ମାସେ ପରେ ପୁଣି ଚାଲିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ୮ ଦିନ ଧରି ଗୋପାଳପୁର ବନ୍ଦର ଫାଟକ ଆଗରେ ବିଭିନ୍ନ ଦାବି ନେଇ ଚାଲିଥିବା ଶ୍ରମିକ ଆନ୍ଦୋଳନ ଗତକାଲି ବନ୍ଦ ହୋଇଯାଇଛି । ମାସେ ପରେ ପୁଣି ଏହି ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆନ୍ଦୋଳନର ନେତୃତ୍ୱ ନେଉଥିବା ଶ୍ରମିକମାନେ ଆଲୋଚନା କରିବା ପରେ ଶ୍ରମିକମାନଙ୍କର ୧୧ ଦଫା ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଏହି ଆନ୍ଦୋଳନ ସ୍ଥଗିତ ରଖିଛନ୍ତି । ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ସରକାରଙ୍କ ସହ ଆଲୋଚନା କରି ଶ୍ରମିକ ମାନଙ୍କର ଦାବି ଗୁଡିକ ପୂରଣ କରିବା ପାଇଁ ଉଦ୍ୟମ କରିବାକୁ ବିଧାୟକ ପାଣିଗ୍ରାହୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ବନ୍ଦରରେ ପ୍ରତିଦିନ କାମ ନ ମିଳିବାରୁ ଆର୍ଥିକ ଅନଟନରେ ଗତିକରି ଶ୍ରମିକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ତିତିଲି ବନ୍ୟାରେ ଶ୍ରମିକ ମାନେ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । ଏ ସମ୍ପର୍କରେ ଶ୍ରମିକ ମହାସଂଘର ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ କର୍ତ୍ତୃପକ୍ଷଙ୍କ ଅବଗତକୁ ନେଇ ଶ୍ରମିକ ମାନଙ୍କୁ ସବୁ ଦିନେ କାମ ଦେବାକୁ ଦାବି ଜଣାଇଛନ୍ତି । 
                                                                                  ରିପୋର୍ଟ : ନିମାଇଁ ଚରଣ ପଣ୍ଡା