ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଓ ବିଗ୍ରହ ପ୍ରତିଷ୍ଠାର ୧୦ମ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକବିଂଶ ଶତାବ୍ଦିର ମଣିଷ ବିଜ୍ଞାନ ଦିଗରେ ପ୍ରବାହମାନ ହେଉ ଥିବା ବେଳେ ବିଶ୍ୱାସ କମି କମି ଆସୁଛି । କିନ୍ତୁ ଆତ୍ମ ବିଶ୍ୱାସ ଓ ଆଧ୍ୟାତ୍ମିକତା ବିଜ୍ଞାନ ଠାରୁ ବଡ ବୋଲି ଆଜି ଗୁରୁବାର ପୂର୍ବାହ୍ନରେ ବାଲେଶ୍ୱର ଜିଲାର ଜଳେଶ୍ୱରସ୍ଥିତ ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ପରିସରରେ ୧୩୨ଜମ ଜନ୍ମ ଜୟନ୍ତୀ ଓ ଏଠାରେ ବିଗ୍ରହ ପ୍ରତିଷ୍ଠାର ୧୦ମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଜିର ଆଧ୍ୟାତ୍ମୀକ ସଭାରେ ରିତିକ୍ ଶ୍ରୀଧର ସୁନ୍ଦର ମିଶ୍ର ଅଧ୍ୟକ୍ଷତା କରି ବିଶ୍ୱାସେ ମିଳଇ ହାି, ତର୍କେ ବହୁଦୂର ବୋଲି କହିବା ସହିତ ଆଧ୍ୟତ୍ମୀକ ଚିନ୍ତା ଚେତନାରେ ସମସ୍ତେ ଲୀନ ହେବା ଉଚିତ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ବିଧାୟକ ଅଶ୍ୱନୀ କୁମାର ପାତ୍ର ଯୋଗ ଦେଇ ବିଜ୍ଞାନ ଓ ବିଶ୍ୱାସର ମିଶାଣ ଫେଡାଣର ଯାତ୍ରା ମଧ୍ୟରେ ମଣିଷ ଜୀବନରେ ସଂପର୍କର ସେତୁ ବାନ୍ଧି ସମସ୍ତଙ୍କୁ ଭାଇଚାରା ଓ ବିଶ୍ୱ ଭାତୃତ୍ୱରେ ବାନ୍ଧି ଏକ ଆଦର୍ଶ ସମାଜ ଗଠନର ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତାଭାବେ ରିତିକ୍ ପ୍ରାଧ୍ୟାପକ ବିଜୟ କୁମାର ନାୟକ ଯୋଗ ଦେଇ ସାମ୍ପ୍ରତିକ ଧର୍ମ ଏକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଛି, ସମାଜର ଅବକ୍ଷୟ ଘଟିଚାଲୁଥିବା ବେଳେ କ୍ଷମତା, ଧନ, ସଂପତ୍ତି, ସ୍ୱାର୍ଥ ଲାଗି ସଂଗ୍ରାମ ଅବ୍ୟାହତ ରହିଛି । ଭଲ ପାଇବାର ଦ୍ୱାହି ଦେଇ ଅପକର୍ମରେ ମଣିଷ ଲିପ୍ତ ରହୁଛି । ମଣିଷର ଅଭାବକୁ ଭାବଗ୍ରାହୀ ହିଁ ପୂରଣ କରିଥାନ୍ତି ବୋଲି ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ଡ. ଅଜିତ୍ କୁମାର ଦାସ, ହରପ୍ରସାଦ ସାହୁ, ସୁଶୋଭନ ଭଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଗୁଣାବଳୀ ସଂପର୍କରେ ଦିଗ୍‌ଦର୍ଶନ ଦେଇଥିଲେ । ଜଳେଶ୍ୱର ସତ୍‌ସଙ୍ଗ ବିହାରର ପରିଚାଳକ କେଦାର ନାଥ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଅଭିଭାଷଣରେ ଦୀର୍ଘ ୧୦ବର୍ଷ ଧରି ସ୍ଥାନୀୟ ମନ୍ଦିର ପରିଚାଳନା ଓ ଅନୁକୁଳ ଚନ୍ଦ୍ରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରିତିକ୍ ଆଶିଷ କୁମାର ମିଶ୍ର, ପାର୍ଥ ସାରଥି ଘୋଷାଲ, ବଂକିମ ପାଳ, ସୁଧିର କୁମାର ପରିଡା, ଚିତ୍ତରଂଜନ ତ୍ରିପାଠୀ, ହୃଦୟ ରଂଜନ ତ୍ରିପାଠୀ, ରତ୍ନାକର ପଣ୍ଡା, ଗୌରୀଶଂକର ଜେନା, ଗଣେଶ ଚନ୍ଦ୍ର ଜେନା, ପରିମଳ ରଂଜନ ଭୂୟାଁ, ରଂଜନ ବିହାରୀ ଚକ୍ରବର୍ତ୍ତୀ, ବିରାଜ କୁମାର ପ୍ରଧାନ, ଯତିନ୍ତ୍ର ନାଥ ସାହୁ, ରୋହିଣୀ ରଂଜନ ପଟ୍ଟନାୟକ, ସୁବ୍ରତ ଘୋଷ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା