ଅନୁସୂଚିତ ଜାତିରୁ ଜଳେଶ୍ୱର ପୌର ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ବର୍ଷ ପୂର୍ବେ ଗଠନ ହୋଇଥିବା ଜଳେଶ୍ୱର ମ୍ୟୁନିସିପାଲଟିର ଅଧ୍ୟକ୍ଷ ପାଦବୀ ଅନୁସୂଚିତ ଜାତିଲାଗି ସଂରକ୍ଷଣ ହୋଇନଥିବାରୁ ଚଳିତ ବର୍ଷ ସଂରକ୍ଷଣ ଲାଗି ଦାବି ହୋଇଛି । ଜଳେଶ୍ୱର ସହରାଞ୍ଚଳରେ ଲୋକସଂଖ୍ୟା ୩୦ହଜାରରୁ ଅଧିକ ହୋଇଥିବା ବେଳେ ପ୍ରାୟ ୩ ହଜାର ଲୋକ ଅନୁସୂଚିତ ଜାତି ରହିଥିବା କୁହାଯାଉଛି । ୧୯୬୪ ମସିହାରୁ ବିଜ୍ଞାପିତ ପରିଷଦ ଓ ୨୦୧୩ରୁ ପୌର ପରିଷଦ ଭାବେ ଜଳେଶ୍ୱର ପରିଗଣିତ ହୋଇ ଆସୁଥିବା ବେଳେ ଅଦ୍ୟାବଧି ଅଧକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇନଥିବାରୁ ଏ ସମ୍ପର୍କରେ ଆମ୍ବେଦକର ସମତା ମଂଚର ଜଳେଶ୍ୱର ଶାଖା ସଭାପତି ତଥା ବିଜେଡି ଅନୁସୂଚିତ ସେଲ୍‌ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ଜେନା ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା