ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲରେ ଆଜି ଅନ୍ତଃମହାବିଦ୍ୟାଳୟ ପଣ୍ଡିତ ନୀଳକଣ୍ଠ ଦାସ ସ୍ମାରକୀ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ୩ ଦିନିଆ ବକ୍ତୃତା ପ୍ରତିଯୋଗିତାର ତୃତୀୟ ଦିନରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଯାହାର ଶୀର୍ଷକ “ସେବା ହିଁ ଶିକ୍ଷା” ରହିଥିଲା । ଏଥିରେ ବିଚାରକ ଭାବେ ଡ଼ଃ.ଜ୍ୟୋତ୍ସ୍ନା ସାହୁ, ଡ଼ଃ.ସମିର୍ ଭୋଇ, ଡ଼ଃ. ସାରଦା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରତିକାନ୍ତ ବେହେରା, ଦ୍ଵିତୀୟ ସ୍ଥାନ ଜୟେନ୍ଦ୍ର ବେହେରା ଏବଂ ତୃତୀୟ ସ୍ଥାନ ପ୍ରଜ୍ଞା ପରମିତ ପ୍ରିୟଦର୍ଶିନୀ ଅଧିକାର କରିଛନ୍ତି । କୃତି ପ୍ରତିଯୋଗୀମାନେ ବିଶ୍ୱବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବେ ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା