

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ଅନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଏହି ସଭା ଆୟୋଜିତ ହୋଇଥିଲା । ସଭା ଆରମ୍ଭ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦେ ମାତାରାମ ତରଫରୁ ସୌରା ନୁର୍ତ୍ତ ଓ ଓଡିଶୀ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ କିଭଳି ମା ମାନଙ୍କ ପାଖରେ ସିଧା ସଳଖ ପହଞ୍ଚିବ ତାକୁ ନେଇ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ କାଶୀନାଗର ଏନଏସି ପୂର୍ବତନ ଅଧକ୍ଷା ଏମ ସୁଧାରାଣୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରେମିକା ରଇତ, ଜିଲ୍ଲା ସଂଯୋଜିକା ଇନ୍ଦିରା ପଟନାୟକ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ,ମାରୁତ ପାଳ, ଯୁବ ଜିଲ୍ଲା ସଭାପତି ଏସ ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ କିଛି ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ ।

