ଅନ୍ତର ଜାତୀୟ ଟାଇକୋଣ୍ଡୋରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କୁ ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡୋ ସଂଘର ତରଫରୁ ସମର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ୯ ରୁ ୧୬ ଜୁନରେ world taekwondo ଓ taekwondo Federation of indiaର ମିଳିତ ଆନୁକୂଲ୍ୟରେ ହେବାକୁ ଯାଉଥିବା ଅନ୍ତର ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗୀତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଗଞ୍ଜାମ ଜିଲ୍ଲାରୁ ୧୪ ଜଣ ପ୍ରତିଯୋଗୀ ଭାଗ ନେବେ ସେମାନଙ୍କ ମଧ୍ୟରୁ ଛତ୍ରପୁର ଟାଇକୋଣ୍ଡୋ ଏକାଡେମୀରୁ ରୁଦ୍ର ନାରାୟଣ ବେହେରା ପିୟୁସ ପ୍ରସାଦ ଷଢଙ୍ଗୀ, ବିକାଶ ଗୌଡ଼ ଆଲୋକ ଦାସ, ପପୁନା ଦାସ ଓ ବିକାଶ ବେହେରା ସେହି ପରି todays taekwondoରୁ ରାହୁଲ ଗୌଡ଼ ଵ୍ରହ୍ମପୁର ଟାଇକୋଣ୍ଡୋ ଟ୍ରେନିଂ ସ୍କୁଲରୁ ଆଦିତ୍ୟରାଜ ନାୟକ ଜାଗୁଆର martial art ଏକାଡେମୀରୁ ଶ୍ୱତା ମହାପାତ୍ର, ପ୍ରୀତି ପ୍ରନ୍ନା ମହାନ୍ତି, ଦୀପ୍ତି ପ୍ରଧାନ, ସୌମ୍ୟ ସ୍ୱରାଜ ସାହୁ ସ୍ନେହାଶ୍ରୀ ନାୟକ ଓ ଅମ୍ବିକା ପ୍ରସାଦ ଦାସ ଭାଗ ନେବେ ଏହାସହିତ ୯ ରୁ ୧୦ ତାରିଖରେ ଅନ୍ତର୍ଜାତୀୟ କୋଚ୍ ସେମିନାରରେ କେ ମନୋଜ ପ୍ରଧାନ ଓ ଅମ୍ବିକା ପ୍ରସାଦ ଦାସ ଏହି ମାନଙ୍କୁ ଆଜି ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡୋ ସଂଘର ତରଫରୁ ସମର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତି, ଅନିତା ମିଶ୍ର, ଜନୋଜ କୁମାର ମହାରଣା, ଇ ଲଳିତ କୁମାର, ସିଏଚ ପ୍ରସାଦ ନାୟକ, ବସୁ ନାହାକ, ଡି ମନୋଜ ପ୍ରଧାନ ସହ ଜିଲ୍ଲାର ସମସ୍ତ କ୍ରମକର୍ତ୍ତା ଓ ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା