ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଭାଣିଜୀ ସହ ନିଜର ମାମୁଁ କରୁଥିଲେ ପ୍ରେମ । ହେଲେ ମାମୁଙ୍କ ପ୍ରେମ ପୁରୁଣା ହୋଇଯିବାରୁ ୨୨ ବର୍ଷୀୟ ଭାଣିଜୀ ଘରର ଲୋକଙ୍କ କଥାରେ ଅନ୍ୟତ୍ର ବାହା ହେବାକୁ ରାଜି ହୋଇଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭାଣେଜୀଙ୍କୁ ହତ୍ୟା କରିଛନ୍ତି ମାମୁ। ଏପରି ଏପରି ଏକ ଘଟଣା ଉତ୍ତର ପ୍ରଦେଶର ହାରଦୋଇରେ ଘଟିଛି। ପୋଲିସ୍ ଏହି ଘଟଣାରେ ମାମୁ ମଣିକାନ୍ତ ଦ୍ୱିବେଦୀଙ୍କୁ ଗିରଫ କରିଛି। ସେ ଭାଣେଜୀ ମାନସୀ ପାଣ୍ଡେଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ନିର୍ମାଣଧୀନ କୋଠା ଭିତରେ ରଖି ଦେଇଥିଲେ। ତାଙ୍କ ମୋବାଇଲକୁ ବସରେ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇ ପୁଲିସ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ମାନସୀ ସୋମବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଇଁ(ମଣିକାନ୍ତଙ୍କ ପତ୍ନୀ)ଙ୍କ ଘରକୁ ଯାଇଥିଲା। ସେଠାରୁ ସେ ଘରକୁ ନ ଫେରିବାକୁ ତାଙ୍କ ବାପା ରାମସାଗର ପାଣ୍ଡେ ତୁରନ୍ତ ପୁଲିସ୍ ଷ୍ଟେସନରେ ପହଞ୍ଚି ମଣିକାନ୍ତଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣିଥିଲେ। ପୋଲିସ୍ ମଣିକାନ୍ତଙ୍କୁ ଉଠାଇ ଆଣି ଜେରା ଆରମ୍ଭ କରିଥିଲା। ପ୍ରଥମେ ସେ ପୋଲିସ୍କୁ ବିଭ୍ରାନ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୂରା ଘଟଣାର ଖୁଲାସା କରିଥିଲେ। ଜିଲ୍ଲା ପୁଲିସ ମୁଖ୍ୟ ନୀରଜ କୁମାର ଜାଡାଉନ କହିଛନ୍ତି, ଜେରା ବେଳେ ମଣିକାନ୍ତ ପୁଲିସକୁ କହିଛନ୍ତି ଯେ ଭାଣେଜୀ ମାନସୀ ସହ ତାଙ୍କର ୨ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ମାନସୀ ତାଙ୍କୁ କହିଥିଲେ ଯେ ସେ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ମଣିକାନ୍ତଙ୍କୁ ଆଘାତ ଦେଇଥିଲା ଓ ସେ ମାନସୀଙ୍କୁ ବୁଝାଇବାକୁ ଲାଗିଥିଲେ। ହେଲେ ମାନସୀ କିଛି ବି ଶୁଣି ନଥିଲେ। ଶେଷରେ ରାକ୍ଷୀ ପୂର୍ଣ୍ଣିମା ଦିନ ମାନସୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଗୋଟିଏ ନିର୍ମାଣଧୀନ ବିଲଡିଂରେ ଫିଙ୍ଗି ଦେଇଥିଲେ। ପୋଲିସ୍କୁ ବିଭ୍ରାନ୍ତ କରିବା ପାଇଁ ମାନସୀଙ୍କ ଫୋନକୁ ବସ୍ରେ ଅନ୍ୟ ଏକ ସ୍ଥାନକୁ ପଠାଇ ଦେଇଥିଲେ ବୋଲି ସେ କହିଛନ୍ତି। ମାନସୀଙ୍କ ବାପା ରାମ ସାଗର ଅପରାହ୍ନ ପ୍ରାୟ ୩ଟା ବେଳେ ମାନସୀଙ୍କୁ ମାମୁ ମଣିକାନ୍ତଙ୍କ ଘରେ ଛାଡ଼ିଥିଲେ। ଏହାପରେ ସେ ଲକ୍ଷ୍ନୌ ଚାଲି ଯାଇଥିଲେ। ବୁଧବାର ମଣିକାନ୍ତ ତାଙ୍କୁ କଲ କରିଥିଲେ ଓ ମାନସୀ ନିଖୋଜ ଥିବା ଜଣାଇଥିଲେ। ମାନସୀ କାହା ସାଙ୍ଗରେ ଫେରାର ହୋଇ ଯାଇଥିବା ସେ ରାମ ସାଗରଙ୍କୁ କହିଥିଲେ। ହେଲେ ରାମ ସାଗର ପୋଲିସ୍ରେ ମଣିକାନ୍ତଙ୍କ ବିରୋଧରେ ହିଁ ଅଭିଯୋଗ କରିଥିଲେ। ମାନସୀଙ୍କ ବିବାହ ନଭେମ୍ବର ୨୭ରେ ହେବାର ଥିଲା। ହେଲେ ମଣିକାନ୍ତ ଏହା ଚାହୁଁ ନଥିଲେ। ସେ ମାନସୀଙ୍କୁ ବାହା ନ ହେବାକୁ ବାଧ୍ୟ କରୁଥିଲେ ବୋଲି ଖବର ପ୍ରଚାରିତ ହୋଇଛି ।