

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆହାର କେନ୍ଦ୍ର କର୍ମଚାରୀ ସଂଗଠନ ପକ୍ଷରୁ ଅନ୍ୟାୟ ଭାବେ ଛଟେଇ କରାଯାଇଥିବା ଆହାର କେନ୍ଦ୍ର କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବୀରେ ଗଣ ଧାରଣା ଦିଆଯାଇଛି । ଏଥିରେ ଆଜି ତା ୨୩ ନଭେମ୍ବର ୨୦୨୦ ରିଖ ଦିବା ୧୧ଘ ସମୟରେ ବିଜେପିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ଆହାର କେନ୍ଦ୍ର କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ କୌଣସି ସୂଚନା ନ ଦେଇ ଛଟେଇ କରିଥିବା ପ୍ରତିବାଦରେ ଦୀର୍ଘ ୪ ଦିନ ହେଲା ଚାଲିଥିବା ଅହୋରାତ୍ର ଧାରଣା ସ୍ଥଳରେ ବିଜେପି ପ୍ରତିନିଧି ଦଳ ପହଞ୍ଚି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ତାଙ୍କୁ ନାର୍ଯ୍ୟ ଦାବୀକୁ କର୍ତ୍ତୃପକ୍ଷ ତୁରନ୍ତ ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳ ଜିଲ୍ଳା ଉପସଭାପତି ପ୍ରଭାତ କିରଣ ଷଡଙ୍ଗୀଙ୍କ ନେତୃତ୍ୱରେ ଜିଲ୍ଳା ଯୁବ ମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ, ଜିଲ୍ଳା ମହିଳା ମୋର୍ଚ୍ଚା ସଧାରଣ ସମ୍ପାଦିକା ଏସ.ରାଣୀ, ମଣ୍ଡଳ ସଭାପତି ବିନାୟକ ରଥ ଓ ଏସ୍ ଶ୍ରୀନିବାସ ରାଓ, ଜଗଦୀଶ ପ୍ରଧାନ, ଚିତ୍ତରଞ୍ଜନ ପଣ୍ଡା, ସନ୍ତୋଷ ପାତ୍ର, କୁନି ଦାଶ, ଲିପିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଆନ୍ଦୋଳନକୁ ଜିଲ୍ଳା ବିଜେପି ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
