ଅପରାଜିତା…

ପରାଜୟ ସ୍ୱୀକାର ନକରି ଏକାଗ୍ରତାର ସହିତ କର୍ମ କ୍ଷେତ୍ରରେ
ଲଢେଇ ଜାରି ରଖିଥିବା ଜଣେ ମହିୟସୀ ମହିଳା,
ଯାହାଙ୍କୁ ବୁଝିବା ମଣିଷ ଶୂନ୍ୟ ସମାଜର ସଜ୍ଞା ବୁଝିବ କାହାକୁ ?!
ତଥାପି…..!
୧୯୯୮ ମସିହା, କୌଣସି ଦିନ ଛତ୍ରପୁର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ମୋ ସମ୍ପର୍କିତ ଏକ ମହିଳା ସଂଗଠନ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଉଥିବା ଅବସରରେ କିଛି କ୍ଷଣ ପାଇଁ ସାମ୍ୟକ ନିକଟରୁ ଦେଖିଥିବା ଅନୁଭୂତି ମୋର ତାଙ୍କ ବିଷୟରେ ଅନେକ କଥା କୁହେ ମାନବିକ ତତ୍ୱର ମୋ ନିଜସ୍ୱ ଗବେଷଣାରୁ । ନାସାଗ୍ରେ କ୍ଷୁବ୍ଧତା, ସ୍ୱାଭିମାନର ଅହଂଭାବ ମାଡାମ୍‌ଙ୍କ ବାହ୍ୟ ପ୍ରଦର୍ଶିତ ଚରିତ୍ର ସାଧାରଣ ଲୋକଙ୍କୁ ଆପ୍ୟାୟିତ କରିପାରୁ ନଥିଲେ ମଧ୍ୟ ଆନ୍ତରିକ ମନୋଭାବ ଯେ ତାଙ୍କର ସ୍ୱଛ ସେକଥା ସ୍ୱାର୍ଥାନ୍ଧ ବୁଝିବେ କେମିତି ! କିଛି ଅଭିନବ ଉପାୟରେ ଯଥେଷ୍ଟ ସାମାଜିକ ମାନ୍ୟତା ସୃଷ୍ଟି କରି ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନର ଆକାଂକ୍ଷିତ ଚେତନାକୁ ବିରୁଦ୍ଧାଭାଷାର ସମ୍ମୁଖୀନ କରିବାକୁ ପଡୁଥିଲେ ମଧ୍ୟ ଅବିଚଳିତ ସେ ଜଣେ ଶକ୍ତ ମହିଳା ଆଗକୁ କ’ଣ ଦେଖିବା କଥା । ଶିକ୍ଷା ମଣିଷକୁ ମାନବିକ ଚେତନାରେ ଅଭିଷିକ୍ତ କରିବା ନିଶ୍ଚିତ ଧାର୍ଯ୍ୟ ନଥିବା ବେଳେ ତାଙ୍କଭାଳି ଅନେକ ଉଚ୍ଚ ଶିକ୍ଷିତ ମଧ୍ୟ ସମାଜରେ ଅଛନ୍ତି ଯେଉଁମାନେ ଭ୍ରଷ୍ଟାଚାର / ଲୁଣ୍ଠନ କରି ସମଗ୍ର ଦେଶକୁ ତଳିତଳାନ୍ତ କରୁଥିବା ଦେଖିବାକୁ ମିଳୁଛି ଯାହା ସର୍ବସାଧାରଣ ଜାଣନ୍ତି । ତେଣୁ ସେ ଜଣେ ଉଚ୍ଚ ଶିକ୍ଷିତା ହେବାର କୌଣସି ମହତ୍ୱ ରଖିବା ବ୍ୟତୀତ ତାଙ୍କର ମାନବିକ ଚେତନାର ରୂପରେଖ ଯେ ଭିନ୍ନ ରୂପରେ ଦେଖିବାକୁ ମିଳୁଛି ଯାହା ହୁଏତ ଓଢ଼ିଶାବାସୀ ଅନୁଭବ କରୁଥିବେ ବୋଲି ଆମର ଅନୁମାନ । ଜଣେ କର୍ମବୀର, ସାହସୀ ଏବଂ ସଚ୍ଚୋଟ ସାମାଜିକ ଚେତନାରେ ଅଭିଷିକ୍ତ ମଣିଷ ଯାହାଙ୍କ ନକଲ ମିଳିବା ବିରଳ ଆଜିର ଏହି ସ୍ୱାର୍ଥବାଦୀ ସମାଜରେ । କୌଣସି ସମୟରେ ତାଙ୍କ ସହିତ ବ୍ୟକ୍ତିଗତ ପରିଚୟ ବିହୀନ ଏହା ମୋର ନିଜସ୍ୱ ଗବେଷିତ ଅନୁଭୂତି ମାତ୍ର । ତାଙ୍କର କ୍ରୋଧ ଏବଂ ଅହଂଭାବର ପ୍ରବାହିତ ଚରିତ୍ର ଗୁଡିକ ଏକ ପ୍ରାକୃତିକ ପ୍ରତିକ୍ରିୟା ଜନିତ ବିଷୟ ଯାହା ବୁଝି ହେବନାହିଁ ସହଜରେ ! କି’ନ୍ତୁ ଏତିକି କୁହାଯାଇପାରେ ଯେ ଜଣେ ବିଜ୍ଞ ମଣିଷ ଅଜ୍ଞାନ, ନିର୍ବୋଧଙ୍କ ପରିବେଷ୍ଟନୀରେ କାର୍ଯ୍ୟ କରୁଥିବା ବେଳେ କ୍ଷଣ କ୍ଷଣ କ୍ରୋଧିତ ହେବା ଏକ ସ୍ୱଭାବ ଯାହା ପ୍ରକୃତି ସମର୍ଥିତ । ଅନୁରୂପ ନିଜସ୍ୱ ସ୍ୱଚ୍ଛତା ଓ ବିଜ୍ଞତାକୁ ଆଧାର କରି ସମ୍ମୁଖସ୍ଥ ଅଜ୍ଞାନଙ୍କ ପାଖରେ ସ୍ୱାଭିମାନ ଜନିତ ଅହଂଭାବ ପ୍ରଦର୍ଶନ କରିବା ମଧ୍ୟ ମଣିଷର ଏକ ପ୍ରାକୃତିକ ଚରିତ୍ର ହୋଇଥାଏ । କି’ନ୍ତୁ କେବଳ ଏତିକି ଚରିତ୍ରକୁ ନେଇ ଜଣେ ମଣିଷର ଅନ୍ୟାନ୍ୟ ଭାବଧାରା ଗୁଡିକୁ ବୁଝିନପାରି ସାଧାରଣ ନିର୍ବୋଧ ଯେ କ୍ଷୁବ୍ଧ ହୋଇଥା’ନ୍ତି ସେମାନଙ୍କ ଅସହନଶୀଳତା କାରଣରୁ । ତଥାପି ଲକ୍ଷ୍ୟଭେଦୀ ବିଚାର ଯେ ତାଙ୍କୁ ପଥରୁଦ୍ଧ କରିପାରିବ ଏହି ଭାବନା ନାହିଁ ମୋର । କାରଣ ମୁଁ ଜଣେ ସାମାଜିକ ସଂସ୍କାର ଚେତନାରେ ଅଭିଷିକ୍ତ ମଣିଷ ଅନୁରୂପ ଚେହେରା ଟିଏ ଦେଖିଲେ ଯେ ସେମାନଙ୍କ ପ୍ରତି ଦୁର୍ବଳତା ଜାଗ୍ରତ ହେବ ମନରେ ସେଇଥିରେ କୌଣସି ସନ୍ଦେହ ନାହିଁ । ଅନୁରୂପ ଅଦ୍ୟାବଧି କେବଳ ତିନୋଟି ବ୍ୟକ୍ତିତ୍ୱ ମୋ ମନମାନସରେ ଗ୍ରହଣୀୟ ହୋଇଛି ଆଜିର ଏହି ଅନ୍ଧ ଦୁନିଆରେ ଯାହାଙ୍କ ବ୍ୟକ୍ତିତ୍ୱକୁ ମୁଁ ବ୍ୟକ୍ତିଗତ ଭାବେ ସ୍ୱୀକାର କରୁଛି । ମାଡାମଙ୍କ ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଦିଲ୍ଲୀର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିବାଲ ଅନ୍ୟତମ । ବର୍ତ୍ତମାନ ମାଡାମ୍‌ଙ୍କ ବିଷୟରେ ମୋର କିଛି ବ୍ୟକ୍ତିଗତ ଗବେଷିତ ଅନୁଭୂତି ପ୍ରକାଶ ପୂର୍ବକ କହିବା କଥା ଏହା, ଯାହା ସେ ନିଜେ ଗ୍ରହଣ କରିପାରିବେ କି ନାହିଁ ମୋ ଭାବ ବହିର୍ଭୁତ । ତଥାପି ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଲିଖିତ ବିଷୟ ଏହା ଯେ… କୌଣସି ରାଜନୈତିକ ଦଳ ସହିତ ସଂଶ୍ଲିଷ୍ଟ ନଥାଇ ଜଣେ ମଣିଷକୁ ଭାରତୀୟ ରାଜନୀତି ବିଷୟରେ ଯେତିକି ବୁଝିବା କଥା ଏବଂ ସାମାଜିକ ସଂସ୍କାର ଚେତନାରେ ଅଭିଷିକ୍ତ ମୁଁ ଜଣେ ସାଧାରଣ ନାଗରିକ କୌଣସି ବିରଳ ବ୍ୟକ୍ତିତ୍ୱ ମାନଙ୍କ ବିଷୟରେ ମୋର ବ୍ୟକ୍ତିଗତ ଗବେଷଣା ଯାହା ତନ୍ମଧ୍ୟରୁ ଉଦ୍ଧୃତ ବିଷୟ ଏହା କି….. ମାଡାମ ଯେତେବେଳେ ଭାରତୀୟ ପ୍ରଶାସନିକ ସେବା ନିବୃତ ହୋଇ ରାଜନୀତିରେ ପ୍ରବେଶ କରିବା ଚର୍ଚ୍ଚା ଶୁଣାଗଲା ବିଭିନ୍ନ ଗଣ ମାଧ୍ୟମରେ ସେତିକି ବେଳେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକଳାପକୁ ସମୀକ୍ଷା କରି ମୋ ବ୍ୟକ୍ତିଗତ ଅସହମତି ବାଢିଥିଲି ମୋ ପ୍ରିୟ ବନ୍ଧୁଜନଙ୍କ ପାଖରେ । କାରଣ ତାଙ୍କର ବ୍ୟକ୍ତିଗତ ବିଚାରଧାରା ସହିତ ସମ୍ପୃକ୍ତ ରାଜନୈତିକ ଦଳର ସମାନ୍ତରାଳ ସମ୍ପର୍କ ବେଶୀ ଦିନ ଚାଲିବା ଦିଶୁନଥିଲା ମତେ । ହୁଏତ କୌଣସି ଏକ ପ୍ରତିଶୋଧ ପରାୟଣାତା ମନୋଭାବ କାରଣରୁ ସେ ଏମିତି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଶୁଣିଥିବା କେତେକ ଖବରରୁ ଅନୁମାନ କରି ହେଉଛି । ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ ପୂର୍ବରୁ କୌଣସି ରାଜନୈତିକ ଅନୁଭୂତି ମଧ୍ୟ ନଥିବା ଅନୁମାନ ହୁଏ ଆମର । ଏହି ପରିପ୍ରେକ୍ଷୀରେ ରାଜନୀତି ଏବଂ କୂଟନୀତିରେ ପାରଙ୍ଗମ ମଣିଷଙ୍କ ମଧ୍ୟରେ କିପ୍ରକାର ଗୁପ୍ତ ସମ୍ବନ୍ଧ ରହିଥାଏ ତାହାର ସଜ୍ଞା ହୁଏତ ନବୁଝି ମାଡାମ ଏହିଭଳି ଏକ ତରବରିଆ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଭାବିବା ସହିତ ଅନ୍ୟ ଦିଗରୁ ଚିନ୍ତା କରି ତାଙ୍କର ନିଷ୍କର୍ଷକୁ ଅସ୍ୱୀକାର ମଧ୍ୟ କରି ହେଉନାହିଁ ଯାହା ସେ କରିବା ପାଇଁ ଧାର୍ଯ୍ୟ କରିଥଲେ ! ଯାହା ହେଉ ବର୍ତ୍ତମାନ ଆମର ପୂର୍ବାନୁମାନ କାଳେ ସତ୍ୟ ହେବାକୁ ଯାଉଅଛି କି ?! କି’ନ୍ତୁ ହୁଏତ ଉପସ୍ଥିତ ସମୟର ପରିସ୍ଥିତି ତାଙ୍କୁ ଆଉ ଏକ ନୂତନ ଦିଗନ୍ତରେ ପରିଚାଳିତ କରିବ ବୋଲି କିଛି ଭବିଷ୍ୟ ଦିଶୁଛି ! ଇତି ମଧ୍ୟରେ ତାଙ୍କ ମୁହଁରୁ ନଶୁଣି କେବଳ ଗଣମାଧ୍ୟମରେ ଚର୍ଚ୍ଚିତ ବିଷୟ ଗୁଡିକୁ ଆଧାର କରି କୁହାଯାଇ ପାରିବ ଯେ ହୁଏତ ସେ ଦଳ ବଦଳ କରିବାକୁ ମନସ୍ଥ କରିଥିବା ବେଳେ ଅନ୍ୟ ଦଳ ମଧ୍ୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି କଥାର ସତ୍ୟାସତ୍ୟ କେତେ ଆମ ଜ୍ଞାତ ବହିର୍ଭୁତ ବିଷୟ । ସେ ଯାହା ହେଉ ହୁଏତ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ରାଜନୀତିରେ ଯାହା ସବୁ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ରାଜ୍ୟର ପରିସ୍ଥିତି ସୃଷ୍ଟି ହୋଇଛି ସେଥି ମଧ୍ୟରେ ସେ କାହା ସହିତ ହାତ ନମିଶାଇ କିଛି ବିକଳ୍ପ ଚିନ୍ତା କଲେ ହୁଏତ ଆଜି ନହେଲେ କଲି ସୁଫଳ ମିଳିବାର ଅନୁମାନ କରିହେଉଛି ଯାହା ତାଙ୍କ ଦ୍ୱାରା ସ୍ୱୀକାର୍ଯ୍ୟ ହେବକି ନାହିଁ ସମୟ କହିବ ! କି\’ନ୍ତୁ ତାଙ୍କରି ଭାବଧାରା ବିଶିଷ୍ଟ କେତେକ ମଣିଷଙ୍କ ସହଯୋଗ ହୁଏତ ତାଙ୍କର ଭିଷ୍ୟଦ୍ରଷ୍ଟା ବିଚାରକୁ ସଫଳ କରିପାରେ ଯଦି ସେ ତାକୁ ସ୍ୱୀକାର କରନ୍ତି ବୋଲି ଆମର ଅନୁମାନ । ନିଜର ସମ୍ପତ୍ତି, ସାମାଜିକ କ୍ଷମତା ମିଥ୍ୟା ପ୍ରତିଭାର ଆଲୋଡନ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କୁ ମିଥ୍ୟା କୁହେଳିକା ମାଧ୍ୟମରେ ପ୍ରତାରିତ କରି ନିଜସ୍ୱ ସ୍ୱାର୍ଥ ହାସଲ କରିବା ଲକ୍ଷ ରହିଥାଏ ପ୍ରାୟତଃ ସବୁ ରାଜନୈତିକ ନେତା / କର୍ମୀଙ୍କର ଯାହା ଆମ ଦେଶର ଏକ ସାର୍ବଜନୀନ ବିଷୟ । କି’ନ୍ତୁ ରାଜନୀତି ମାଧ୍ୟମରେ ସାମାଜିକ ମଙ୍ଗଳ ତଥା ରାଷ୍ଟ୍ରର ଉନ୍ନତ୍ତି କରିବା ସଂଗେ ସଂଗେ ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ସେମାନଙ୍କ ସୁଖମୟ ଜୀବନ ଚିନ୍ତା କରିବା ଅତୀବ ବିରଳ ଦେଖିବାକୁ ମିଳିବ ଆଜିର ସମାଜରେ । ମାଡାମ୍ ଜଣେ କେମିତିକା ଚରିତ୍ରଧାରୀ ମଣିଷ, ସାଧାରଣ ଲୋକଙ୍କୁ ତାଙ୍କର ଚାରିତ୍ରିକ ବ୍ୟବଛେଦ କରିବା ପାଇଁ ଛାଡିଦିଆଗଲା ! ଅଦ୍ୟାବଧି କେତେକ ପୂର୍ବର କାର୍ଯ୍ୟକଳାପ ତଥା ତାଙ୍କର ସଂଭାଷଣରୁ ନିଷ୍କର୍ଷ ବାହାର କରି ଆମର ହୃଦବୋଧ ହୂଏକି ସେ ଜଣେ ସଂଗ୍ରାମୀ ନେତ୍ରୀ ଯିଏ ସାଧାରଣ ଲୋକଙ୍କ ସହିତ ନିଜକୁ ସାମିଲ କରି ସମାଜର କିଛି ପରିବର୍ତ୍ତନ ଚାହୁଁଛନ୍ତି । କି’ନ୍ତୁ ଆଭ୍ୟନ୍ତରରେ ବାସ୍ତବ ଚେହେରା କ\’ଣ ତାଙ୍କର ରହିଛି ସମୟ କହିବ ! ସେହି ମଣିଷ ସେହି ନେତାଙ୍କ ମଧ୍ୟରେ ନିଜସ୍ୱ ସ୍ୱାର୍ଥକୁ ଆଖିଆଗରେ ରଖି କେବଳ ଦଳ ବଦଳ କରି ଆପଣେଇ ଚାଲିଥିବା ରାଜନୈତିକ ଦଳ ଗୁଡିକର କାର୍ଯ୍ୟକଳାପ ବିଷୟରେ ଆମେ ସମସ୍ତେ ଯଥେଷ୍ଟ ଅଭିଜ୍ଞ । ତେଣୁ ସେହି ପୁରୁଣା ନୀତିକୁ ପ୍ରତ୍ୟାଖ୍ୟାନ ପୂର୍ବକ ସମାଜରୁ କେତେକ ସମଭାବାପନ୍ନ ମଣିଷ ଗୁଡିଏ ଖୋଜି ବାହାର କରି ଏକ ବୈପ୍ଲବିକ ଚେତନାଶିକ୍ତ ସଂଗଠନ ମାଧ୍ୟମରେ କିଛି ସାମାଜିକ ପରିବର୍ତ୍ତନ କରିହେବ ଯାହା କାହାକୁ ଅଂତରଣୀୟ ହେଉନାହିଁ । କହିବାକୁ ଗଲେ ଶ୍ରୀ ଅରବିନ୍ଦ କେଜ୍ରିବାଲ ସେହିଭଳି ଏକ ପଦକ୍ଷେପ ନେଇ ଦିଲ୍ଲୀରେ ଏକ ନମୁନା ସୃଷ୍ଟି କରିଥିବା ଆମେ ଦେଖୁଛେ ! କି’ନ୍ତୁ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ, ସାଧାରଣ ଲୋକଙ୍କ ସହିତ ସମୟ ଅପେକ୍ଷା କରିଛି ଯେ ସେହିଭଳି ସମୟ ଆସିବ କେବେ ?! ଟଙ୍କା ଆଜିର ସମାଜରେ ସବୁ କ୍ଷେତ୍ରରେ ବାଧକ ହେଉଥିବା ବେଳେ ଅନେକ ସ୍ୱଚ୍ଛମନା ସାମାଜିକ ଚେତନାଶୀଳ ମଣିଷ କୌଣସି ସାମାଜିକ କାର୍ଯ୍ୟ କରିବାରେ ଅଗ୍ରସର ହୋଇପାରୁନଥିବା ତଥା ଉପସ୍ଥିତ ସମୟର ବ୍ରିଟିଶ ସଂଯୋଜିତ ଆଇନ ଗୁଡିକ ମାଧ୍ୟମରେ ସାଧାରଣ ଲୋକଙ୍କୁ ଦମନ କରାଯାଉଥିବା ପରିପ୍ରେକ୍ଷୀରେ କୌଣସି ଯୁକ୍ତାତ୍ମକ ପଦକ୍ଷେପ ନେବା ପାଇଁ ସାହସ ବାନ୍ଧି ପାରୁନାହାନ୍ତି ବ୍ୟାକୁଳ ସଂସ୍କୃତ ମଣିଷ ସମୂହ ! କି’ନ୍ତୁ ଏହା ନୁହେଁ କି ସେମିତି କୌଣସି ପଦକ୍ଷେପ ନେବା ସମ୍ପୂର୍ଣ୍ଣ ଅସମ୍ଭବ ! ଅଧିକନ୍ତୁ ସବୁ ବର୍ଗର ମଣିଷ କେବଳ ସ୍ୱାର୍ଥବାଦୀ ମନୋବୃତ୍ତି ରଖି ସାମାଜିକ ତତ୍ପରତା ଦେଖାଉନଥିବା ଏକ ସାମାଜିକ ବ୍ୟାଧିରେ ପରିଣତ ଆଜିର ସମାଜ ଯାହା କେବଳ କେଳେଙ୍କାରୀ ବ୍ୟପାରୀ ଏବଂ ରାଜନୈତିକ ଗୁଣ୍ଡା ମାନଙ୍କ ଦ୍ୱାରା ଦମନଶୀଳ ଅବସ୍ଥାରେ ରହିଛି ଆମ ଦେଶରେ । ସେସବୁର ଅନ୍ତ କରି ଏକ ସୁସ୍ଥ ମଣିଷ ସମାଜ ଗଠନ କରାଯିବା ଲକ୍ଷ ରଖି ସମାଜରେ ଉପସ୍ଥିତ ସଂଯତ, ଜ୍ଞାନୀ, ଗୁଣି ଲୋକଙ୍କ ସମ୍ମିଳନୀ କରାଯାଇ ଏକ ବୈପ୍ଲବିକ ଚେତନାର ଅନୁଷ୍ଠାନ କରାଗଲେ ହୁଏତ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆମର ଅନୁମାନ । କେତେକ ସଂଗ୍ରାମୀ ମଣିଷଙ୍କ ଦେଶପ୍ରେମ ଚେତନା ଯେମିତି ବ୍ରିଟିଶକୁ ଆମ ଦେଶରେ ପ୍ରତ୍ୟାଖ୍ୟାନ କରିପାରିଥିଲା ବର୍ତ୍ତମାନ ମଧ୍ୟ ଅନୁରୂପ ଶୈଳୀରେ ଏହି ଚିରାଚରିତ ପାରମ୍ପରିକ କେଳେଙ୍କାରୀ ରାଜନେତା ଗୁଡିକୁ ପ୍ରତ୍ୟାଖ୍ୟାନ ପୂର୍ବକ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା ପାଇଁ ଜ୍ଞାନୀ, ଗୁଣି, ସାମାଜିକ କର୍ମୀ ମାନଙ୍କୁ ଆହ୍ୱାନ କରାଯିବା ଆବଶ୍ୟକ ! ସେମାନଙ୍କ ମଧ୍ୟରୁ ବଛା ବଛା କିଛି ଲୋକଙ୍କୁ ନେଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରାଯିବା ଅନିବାର୍ଯ୍ୟ । ନହେଲେ ଯେ ଆମ ଦେଶ ବ୍ୟାପକ ନିମ୍ନମୁଖୀ ଅବସ୍ଥାକୁ ମାଡି ଚାଲିଛି ସେକଥା ସାଧାରଣ ଲୋକଙ୍କୁ ବର୍ତ୍ତମାନ ବୁଝା ପଡୁନଥିଲେ ମଧ୍ୟ ସମୟ ସ୍ରୋତରେ ଏହା ପାତାଳରେ ବିଲୀନ ହେବାରୁ କେହି ରକ୍ଷା କରିପାରିବେ ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ମତ ବ୍ୟକ୍ତ କରିବେ ବୋଲି ଆଶା…..!

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ ।
ଦୂରଭାଷ.: ୯୪୩୭୩୨୪୯୧୭