

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା କମିବାର ନା ଧରୁନି । ଗୋଟିଏ ପରେ ଗୋଟିଏ ଅନୁଷ୍ଠାନର ପରିସର ଛାତ୍ର ଅଶାନ୍ତ ବୃଦ୍ଧି ଘଟୁଛି । ଅବ୍ୟବସ୍ଥା ଘେରରେ କେତେବେଳେ ପ୍ରାଥମିକ ଶିକ୍ଷା ତ କେତେ ବେଳେ ମହାବିଦ୍ୟାଳୟ ତ କେତେବେଳେ ବିଶ୍ୱବିଦ୍ୟାଳୟ ଶିକ୍ଷା । ସମାଜର ଆଇନସେବା ଯୋଗାଇବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିବା ଆଇନ ଛାତ୍ରଛାତ୍ରୀ ବର୍ତ୍ତମାନ ମହାବିଦ୍ୟାଳୟର ଅନେକ ସମସ୍ୟା ସହ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନର ଅନେକ ସମସ୍ୟାକୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଉପଯୁକ୍ତ କର୍ତ୍ତୃପକ୍ଷମାନେ ନୀରବଦ୍ରଷ୍ଟା ସାଜି ସମସ୍ୟାର ସମାଧାନ ପ୍ରତି ନଜର ନ ଦେବା ଦୁର୍ଭାଗ୍ୟ ସହ ଛାତ୍ର ଆନ୍ଦୋଳନର ପ୍ରମୂଖ କାରଣ ବୋଲି ଚିନ୍ମୟ କୁମାର ହୋତା, ଶିବ ଶଙ୍କର ନାୟକ, ବି.ମୋନଜ, ଅନୀଲ ବେହେରା, ସନ୍ଦୀପ ଜେନା, ବି. ତେଜେଶ୍ୱର,ଦୀପକ ଜେନା, ଆଦିତ୍ଯ କୁମାର ଦାଶ, ଅମରେଶ ଚୌଧୁରୀ, ଗୋପୀଚାନ୍ଦ ପଣ୍ଡା ସମେତ ଶତାଧିକ ଛାତ୍ର ନେତା ଅଭିଯୋଗ କରିଥିବା ସୂଚନା ମିଳିଛି । ଏହି ମହାବିଦ୍ୟାଳୟରେ ୬ଟି ସେମିଷ୍ଟାରରେ ସର୍ବମୋଟ ୪୮୦ ଆଇନ୍ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବା ସ୍ଥଳେ ୨ଜଣ ନିୟମିତ ଅଧ୍ୟାପକ ସହ ୨ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି । ଏତଦବ୍ୟତୀତ ଅନ୍ୟ ଅଣଶୈକ୍ଷିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁଦିନ ଧରି ଦେଖିନଥିବା ବରିଷ୍ଠ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ବାର କାଉନ୍ସିଲ ଏଫିଲେସନ ଫି ୩୪୯୦୦୦ ଜମା କରିନଥିବା ଯୋଗୁଁ ଲ ଲାଇସେଇନ୍ସ ପାଇବାରୁ ଅନେକ ଆଇନ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଏଥିଯୋଗୁଁ ଅନିଶ୍ଚିତତା ଆଶଙ୍କାରେ ଅଛନ୍ତି । ବର୍ତ୍ତମାନ ଆଧୁନିକ ଯୁଗର ଆଇନ ସହ ତାଳଦେବା ପାଇଁ କ୍ୟାମ୍ପସ ୱାଇଫାଇ ନିହାତି ଆବଶ୍ୟକ, ୪୮୦ ଛାତ୍ରଛାତ୍ରୀଙ୍କ ସକାଶେ ମୌଳିକ ଆବଶ୍ୟକତା ଶୌଚଳାୟ ନାହିଁ । ପରିସରର ପରିବେଶ ଦେଖିଲେ ବୁଦାଳିଆ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଆଜିର କାର୍ଯ୍ୟକ୍ରମରୁ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ସ୍ପଷ୍ଟ ଅନୁମେୟ, ଏମଭି ଏକଟ (MV Act) ସଂପର୍କୀତ ରଖିଥିବା ସେମିନାର ନୋଟିସ ବୋର୍ଡରେ ସକାଳ ୧୧.୦୦ ଲେଖି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତରେ ସକାଳ ୧୦ରେ ଜିଲ୍ଲାଜର୍ଜଙ୍କ ଉପସ୍ଥିତିରେ ସେମିନାର କାର୍ଯ୍ୟ କରିବା ଶୀକ୍ଷାର୍ଥୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବୁଦ୍ଧିଜୀବି ମାନଙ୍କୁ ହତଚକିତ କରିଛି । ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବା ଯୋଗୁଁ ସେ କହିଛନ୍ତି ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ସକାଶେ ସହଯୋଗ କରିବା ଆବଶ୍ୟକ ରହିଛି । ସମସ୍ତ ସମସ୍ୟାର ସମାଧାନ ଧିରେ ଧିରେ କରାଯିବ ବୋଲି କହିଛନ୍ତି । ଶିକ୍ଷାର୍ଥୀଙ୍କ ଶୈକ୍ଷିକ ବିକାଶ ମୋର ଲକ୍ଷ୍ୟ ମୋ ଦ୍ୱାରା ଯଥାସମ୍ଭବ ପ୍ରୟାଶ ଜାରି ରଖିଛି । ଅଧ୍ୟାପକ ନିୟୋଜିତ କରିବା ମୋ ହାତରେ ନାହିଁ । ଏହି ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜ୍ଞାତ କରାଇ ସମସ୍ୟାର ସମାଧାନ କରିବି ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

