
ଛତ୍ରପୁର (ସମୃଦ୍ଧ ଓଡିଶା) ଅବକାରୀ ଓ ରାଜସ୍ୱ ବିଭାଗର ପ୍ରିନସିପାଲ ସେକ୍ରେଟାରୀ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଗସ୍ତରେ ଆସି ସ୍ଥାନୀୟ ସର୍କିଟ୍ ହାଉସ ଠାରେ ଅବକାରୀ ଓ ରାଜସ୍ୱ ବିଭାଗର ଗତକାଲି ସମୀକ୍ଷା କରିଥିଲେ ।
ରାଜସ୍ୱ ବିଭାଗରେ ଓ ଜିଲ୍ଲାରେ ଲକ୍ଷଧାର୍ଯ୍ୟ ଅନୁସାରେ ରାଜସ୍ୱ ଆଦାୟ, ବେଆଇନ ମଦ କାରବାରକୁ ରୋକିବା ସହିତ ଅବକାରୀ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟ କୁମାର ଦାଶ, ପ୍ରବେଶିନାରୀ ଆଇଏଏସ ଅଫିସର ପି. ଅନ୍ୱେଷା ରେଡ୍ଡି, ଗଞ୍ଜାମ ଜିଲ୍ଲା ରାଜସ୍ୱ ଅଧିକାରୀ ତଥା ଡ଼େପୁଟି କଲେକ୍ଟର ଡ଼. ଦିବ୍ୟଲୋଚନ ମହନ୍ତ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଗଞ୍ଜାମ ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର, ବ୍ରହ୍ମପର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭାତ୍ରା ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା