ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ନକଲି ବିଦେଶୀ ମଦ ଜବତ ହେବା ପରେ, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ତତ୍ତ୍ୱାବଧାନରେ ଗତକାଲି ଓ ଆଜି କ୍ରମାଗତ ଭାବେ ୨ ଦିନ ଧରି ଜିଲ୍ଲା ଅବକାରୀ ଓ ଦକ୍ଷୀଣାଞ୍ଚଳ ଅବକାରୀ ଗୁଇଦ୍ଦା ବିଭାଗ ଦ୍ୱାରା ବ୍ରହ୍ମପୁର ଉପକଣ୍ଠରେ ଥିବା ବିଭିନ୍ନ ଢ଼ାବା ଓ ଗ୍ରାମରେ ଚଢ଼ାଉ କରି ୫୬.୨୨୦ ଲିଟର ବିଦେଶୀ ମଦ, ୮.୪୫୦ ଲିଟର ବିଅର ଓ ୬.୦୦ ଲିଟର ୦.୬ ମଦ ଜବତ କରାଯାଇଛି ଏବଂ ଏ ସଂକ୍ରାନ୍ତରେ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ପାର୍ବତୀ ସାହୁ, ରବି କୁମାର ପଣ୍ଡା, ଟି. ଲକ୍ଷ୍ମୀନାରାୟଣ, ରଘୁନାଥ ପାତ୍ର, ନରସିଂହ ସାହୁ, ଶିବରାମ ସାହୁ, ନିରଞ୍ଜନ ସାହୁ, ଜୟନ୍ତୀ ସାହୁ, ସୋମନାଥ ସାହୁ, ବାବୁଲା ସାହୁ, ମିଥୁନ ଦାସ । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷଣ ଅଭିରମ ବେହେରା, ଜିଲ୍ଲା ଷ୍ଟ୍ରାଇକିଙ୍ଗ ଫୋର୍ସ ନିରୀକ୍ଷକ ସୁଶାନ୍ତ ପାଢ଼ୀ, ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବ୍ରହ୍ମପୁର, ନିରୀକ୍ଷକ ଧିରେନ କୁମାର ବେହେରା ଅବକାରୀ ନିରୀକ୍ଷକ ଚିକିଟି ରୋସନ ଇସୟୁ ହାସଦା ଓ ଅନ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା