
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି କୋଦଳା ଥାନା ଅନ୍ତର୍ଗତ ଏସ. ଛଚିନା ଓ ମୁଣ୍ଡୁଲା ଅଞ୍ଚଳରେ ଛତ୍ରପୁର ଅବକାରୀ ନିରୀକ୍ଷକ ଦିପ୍ତିମୟୀ ସାହୁ ଓ ଖଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଚଢ଼ାଉ କରି ଚୋରା ମଦ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗରିଫ ହୋଇଥିବା ଦୁଇ ଜଣ ହେଲେ ଜୟରାମ ରାଉତ ଓ ଗୋପୀ ପ୍ରଧାନ । ସେମାନଙ୍କ ଠାରୁ ୩୮.୨ ଲିଟର ମଦ ଜବତ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା