

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସକାଳ ସମୟରେ ଅବକାରୀ ବିଭାଗ ଦ୍ୱାରା କୋଦଳା ଅଂଚଳରେ ଚଢ଼ାଉ କରା ଯାଇଥିଲା । କୋଦଳା ଏରୋଗୋଲା କ୍ୟାମ୍ପରେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଏରୋଗୋଲା କ୍ୟାମ୍ପର ଏମ.ପୋଷି, ଏମ.ରାଜା, ଅର୍ଣ୍ଣପୁର୍ଣ୍ଣା ରାଓ ଓ ଏମ. ପାର୍ବତୀଙ୍କୁ ୫୫ ଲିଟର ଦେଶୀ ମଦ ସହ ଗିରଫ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ଛତ୍ରପୁର ଅବକାରୀ ନିରୀକ୍ଷକ ଦିପ୍ତିମୟୀ ସାହୁ, ପ୍ରୀତିଧାରା ନାୟକ ଓ ଖାଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା