ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପ୍ରସାଦ ଅଞ୍ଚଳର ଗଣ୍ଡାଧାର, ତାମନାଡ଼, ଲଣ୍ଡେଇହିଲ, କାଦୁଆ ପ୍ରଭୁତି ଅଞ୍ଚଳରେ ଚଢ଼ାଉ କରାଯାଇଛି । ସେହିପରି ଭଞ୍ଜନଗର ଅଞ୍ଚଳର ମରାଟିସାହି, ନାହାତୁଠ ସାହିରେ ଚଢ଼ାଉ କରାଯାଇ ୭୨୦ ଲିଟର ଚୋରାରନ୍ଧା ଦେଶୀ ମଦ ଏବଂ ୫୮୦୦ କେଜି ଗୁଡ ମିଶ୍ରିତ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏଥିସହ ମଦ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ୮ଟି କେସ୍ ରୁଜୁ ହୋଇଥିବାବେଳେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବ୍ରହ୍ମପୁର ଓ ଆସ୍କାର ଅବକାରୀ ଅଧିକାରୀ ଓ ଭଞ୍ଜନଗର ଅବକାରୀ କର୍ମଚାରୀ ପ୍ରମୁଖମାନେ ସାମିଲ ଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ