

ଛତ୍ରପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟର ବିଭିନ୍ନ ଅଞ୍ଚଳରେ ଅବକାରୀ ଚଢ଼ାଉ କରି ୩ ଜଣକୁ ଗିରଫ କରିବା ସହ ୨ଟି ମୋଟର ସାଇକଲେ ଜବତ କରିଥିବା ଜଣାପଡିଛି । ସୂଚନା ଅନୂଯାୟୀ ଆଜି ଅବକାରୀ ନିରିକ୍ଷୀକା ଦୀପ୍ତିମାୟୀ ସାହୁ, ଖଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଜିଲ୍ଲା ଭ୍ରାମ୍ୟମାଣ ଅଧିକାରୀ ଦୁଃର୍ଵଧନ ଦିଗଲ ମିଳିତ ଭାବେ ଖଲ୍ଲିକୋଟ, ଲଙ୍ଗଳେଶ୍ୱର ଭେଜିପୁଟ ଅଞ୍ଚଳରେ ଚଢ଼ାଉ କରି ୫୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଗୋଟି ମୋଟର ସାଇକେଲ ଜବତ କରିଛି । ସେହିପରି ସୋରଡ଼ା ଅବକାରୀ ଅଧିକାରୀ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିବା ସହ ଚାଳିଶ ଲିଟର ଦେଶୀ ମଦ ଜବତ କରିଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା