ଜଳେଶ୍ୱର(ସମୃଦ୍ଧ ଓଡିଶା)ପଶ୍ଚିମବଂଗରୁ ଓଡିଶାକୁ ବ୍ୟାପକ ବ୍ରାଉନ୍ସୁଗର ଚାଲାଣ ହେଉଥିବା ବେଳେ ଜଳେଶ୍ୱର ସାଜିଛି ପେଣ୍ଠସ୍ଥଳୀ । ବର୍ଦ୍ଧମାନ, ଖଡଗପୁର ଓ ମେଦନିପୁର ଅଂଚଳରୁ ବ୍ୟାପକ ବ୍ରାଉନ୍ ସୁଗର ପ୍ରଥମେ ଜଳେଶ୍ୱରରେ ପହଞ୍ଚି ନିଦ୍ଦିଷ୍ଟ କେତେକ ସ୍ଥାନରେ ଜମା ରହୁଛି । ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ରାକେଟ ଦ୍ୱାରା ପଠାଯାଇଆସୁଛି । ଏ ସଂପର୍କରେ ବାଲେଶ୍ୱର ଅବକାରୀ ଏସ୍ପି ବିବେକାନନ୍ଦ ଦାୟକ ଖବର ପାଇ ଏକ ସ୍କୁର୍ଡ ଗଠନ କରିଥିଲେ । ଅବକାରୀ ରେଞ୍ଜ ଇନିସ୍ପେକ୍ଟର କରୁଣାକର ତିୱାରୀଙ୍କ ତତ୍ୱାବଧାନରେ ଜଳେଶ୍ୱର ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ରାଜିବ କୁମାର ଭଂଜ, ମଂଗଲ ସିଂ, ମିନତୀ ଜେନା ପ୍ରମୁଖ ଜଳେଶ୍ୱରରେ ବିଭିନ୍ନ ସ୍ଥାନରେ ଛକି ରହିଥିଲେ । ଝାଡେଶ୍ୱରପୁର ବସ୍ତିର ଏକ ଗଳି ରାସ୍ତାରେ ଅବକାରୀ ପେଟ୍ରୋଲିଂ କାର୍ଯ୍ୟ ଚାଲୁଥିବା ବେଳେ ପଶ୍ଚିମବଂଗ ମେଦିନୀପୁର ଜିଲା ଖଡଗପୁର ଟାଉନ୍ ଥାନା ଅନ୍ତର୍ଗତ ଗୋଲବଜାର ଅଂଚଳର ଅନିଲ ଖଟିସ୍ (୨୮) ଯୁବକ ତରବରରେ ଯାଉଥିବାର ଦେଖି ଅବକାରୀ କର୍ମଚାରୀଙ୍କର ସନ୍ଦେହ ଯାତ ହୋଇଥିଲା । ତା ନିକଟରୁ ଏକ ପଲିଥିନ ବ୍ୟାଗ୍ରେ ଦାନା ଥାଇ ବ୍ରାଉନ୍ସୁଗର ପୁଡିଆ ଜବତ୍ କରାଯାଇଥିଲା । ସେ କେବଳ ଏହି ଥରେ ନୁହେଁ ବାରମ୍ବାର ଏପରି କାଯ୍ୟ କରିଆସୁଥିବା ପ୍ରକାଶ କରିଛି । ଏଥିରେ ଅବକାରୀ କେସ୍ ନଂ ୮୧/୧୮-୧୯ ରୂ ମାମଲା ରୁଜୁ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା