
ଗୋପାଳପୁର (ସମୃଦ୍ଧ ଓଡିଶା) ଗଞ୍ଜାରୁ ଗୋପାଳପୁର ଏକ ପିକଅପ ଭ୍ୟାନ ଯୋଗେ ଦେଶୀ ମଦ ପାଉଚ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଷ୍ଟ୍ରାଇକିଗ୍ଂ ଫୋର୍ସ ପକ୍ଷରୁ ନାରାୟଣପୁର ଛକ ଠାରେ ଚଢ଼ାଉ କରାଯାଇ ୩୦୦ ଲିଟର ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ବ୍ୟକ୍ତିମାନେ ଗଞ୍ଜାମ ଥାନା ଅନ୍ତର୍ଗତ ନୋଳିଆ ନୂଆଗାଁର ଜେ ନାରାୟଣ, ଏସ. ସନ୍ୟାସୀ ଓ ମୋଟର ସାଇକେଲରେ ଚାଳକ ଏ ଗୁରେୟା ବୋଲି ଜଣାପଡିଛି । ସୂଚନା ଯେ, ଆଜି ସକାଳ ୮ଟା ବେଳେ ଅବକାରୀ ବିଭାଗ ଷ୍ଟ୍ରାଇକିଗ୍ଂ ଫୋର୍ସ ସବ ଇନସ୍ପେକ୍ଟର ଶ୍ରୀଧର ମହାନ୍ତି, ବ୍ରହ୍ମପୁର ଅବକାରୀ ବିଭାଗ ଇନିସପେକ୍ଟର ରୋସନ ଇସୁ ହାସଁଦା ପ୍ରମୁଖ ଅନ୍ୟ କର୍ମଚାରୀଙ୍କ ସହ ନାରାୟଣପୁର ଛକରେ ଛପି ରହିଥିବା ବେଳେ ଏକ ପିକଅପ ଭ୍ୟାନ (ଓଡି ୦୭ ଡି ୨୦୧୫) ସମେତ ଏହାକୁ ଏସକର୍ଟ କରି ଆସୁଥିବା ଏକ ମୋଟର ସାଇକେଲ (ଓଡି ୦୭ ଏସ ୯୫୯୩)କୁ ଜବତ କରିବା ସହ ଭ୍ୟାନରେ ଥିବା ୬ଟି ଅଖାରେ ଥିବା ୩୦୦୦ଟା ଦେଶୀ ମଦ ପାଉଚ ଜବତ କରିଥିଲେ । ଲକଡାଉନର ସୁଯୋଗ ନେଇ ଅଧିକାଂଶ ସରକାରୀ ଲାଇସେନ୍ସ ପ୍ରାପ୍ତ ମହୁଲି ଭାଟି ମାନଙ୍କରେ ବେଆଇନ ଭାବେ ମଦ ପ୍ରସ୍ତୁତ ସହ ଚୋରାରେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା