
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୁରୁବାର ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗ୍ରାମର ଅବସରପ୍ରାପ୍ତ କୃତି ଶିକ୍ଷକଙ୍କୁ ଏକ ବାଇକ୍ ଧକ୍କା ଦେବା ଫଳରେ ସେ ଗୁରୁତର ଅବସ୍ଥାରେ ପ୍ରଥମେ ଜିକେ ଭଟ୍ଟର ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ବଡ ମେଡିକାଲକୁ ସ୍ଥ।ନାନ୍ତର କରାଯାଇଥିଲା । ସେଠାରେ ଆଜି ମଧ୍ୟାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କର ୬୫ବର୍ଷ ହୋଇଥିଲା । ପ୍ରକାଶଯୋଗ୍ୟ ତାଙ୍କର ପୁତ୍ର ସ୍ମୃତିରଂଜନ ସେନାପତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ରୂପେ କାର୍ଯ୍ୟ କରୁଛନ୍ତି । ସର୍ଗତ ସେନାପତିଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା