
ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘବର୍ଷ ଜଣେ ଯନ୍ତ୍ରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଇଂ ପରେଶ ଚନ୍ଦ୍ର ପ୍ରଧାନଙ୍କ ୭୬ବର୍ଷ ବୟସରେ ଗତ ୪ତାରିଖରେ ପରଲୋକ ହୋଇଛି । ତାଙ୍କର ଜନ୍ମସ୍ଥାନ ଭୋଗରାଇର ଜମଡାରେ ହୋଇଥିଲେ ମଧ୍ୟ ଚାକାରୀକାଳରେ ଜଳେଶ୍ୱରର ନୂଆବାଜର ଧାରାଷ୍ଟକଠାରେ ଗୃହ ନିର୍ମାଣ କରି ରହି ଆସୁଥିଲେ । କିଛିଦିନ ପୂର୍ବରୁ ଅସୁସ୍ଥ ହେବାରୁ ବେଙ୍ଗାଲୋରରେ ରହୁଥିବା ପୁଅ ନିକଟକୁ ଯାଇ ସେଠାରେ ଚିକିତ୍ସିତ ହେଉଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ । ସେ ଜଣେ ବିଜ୍ଞ, ସମାଜସେବୀ, ପରପୋକାରୀଭାବେ ପରିଚିତ ଥିଲେ । ମୃତ୍ୟୁ ସର୍ଯ୍ୟ ନିକଟରେ ପତ୍ନୀ ତୁଳସୀ, ପୁତ୍ର ସନ୍ତୋଷ ଓ ଅନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁଖବର ଶୁଣି ନୂଆବଜାର ରଂଚଳର ଡ. ରମାକାନ୍ତ ଭଂଜ, ପୂର୍ବତନ ପୌରପାଳ ପ୍ରବୀର କୁମାର ପ୍ରଧାନ, ଯୁବନେତା ପ୍ରତିପ କୁମାର ପ୍ରଧାନ, ଆଇନ୍ଜିବି ଚିନ୍ମୟ କୁମାର ଦାସ, ଲକ୍ଷ୍ମୀନାରାୟଣ ଜେନା, ସ୍ୱାମସୂନ୍ଦର ଦାସ ମହାପାତ୍ର, ଡ. ମୂରଲୀ ଦାସ, ସନ୍ଦିପ ପ୍ରଧାନ, ଦୀପକ ସେନ୍, ଜୟନ୍ତ ଦେ ଓ ଗୋପାଳ ଠକ୍କର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଭୋଗରାଇର ଜମଡାରେ ମଧ୍ୟରେ ଶୋକ ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା