

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଅବସର ଗ୍ରହଣ କରିଥିବା ୫ଜଣ ହୋମଗାର୍ଡଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ହୋମଗାର୍ଡ ଶିବପ୍ରସାଦ ଦାସ, ହୋମଗାର୍ଡ ସୁକଦେବ ସେଠୀ, ହୋମଗାର୍ଡ ପ୍ରସନ୍ନ କୁମାର ନାହାକ, ହୋମଗାର୍ଡ ଜି.ମାଙ୍ଗାମା ଏବଂ ହୋମଗାର୍ଡ ଶିବରାମ ସାହୁଙ୍କୁ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରୟ ପ୍ରତ୍ୟେକଙ୍କୁ ୧,୭୬,୭୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ବହୁ ପୋଲିସ ଅଧିକାର, କର୍ମଚାରୀ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡଙ୍କ ଗୋଟିଏ ଦିନର ଦରମାରେ ସଂଗୃହିତ ଟଙ୍କାରେ ୫ଜଣ ବିଦାୟୀ ହୋମଗାର୍ଡଙ୍କୁ ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


