

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଦିଆଁ ବ୍ଲକର ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟରେ ୫ ବର୍ଷ ଓ ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଅବସର ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନ କରିବା ମହିମା ମାଧ୍ୟମିକ ତାଲିମ କେନ୍ଦ୍ର ଖୋଲିଥିବା ବରିଷ୍ଠ ଶିକ୍ଷାବିତ ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ ଗତକାଲି ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିବାର ଗଦିଆଁ ବ୍ଲକର ପ୍ରାଥମିକ ମାଧ୍ୟମିକ ଶିକ୍ଷକ ମାନେ ଗଭୀର ମର୍ମାହତ । ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଏକ ଶୋକ ସଭା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ୨୩ ତାରିଖ ସକାଳରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ସ୍ୱର୍ଗତ ଷଡ଼ଙ୍ଗୀ କେବଳ ଶିକ୍ଷକ ନ ଥିଲେ, ସେ ଏକ ସୁ ସମାଜସେବୀ, ଶିକ୍ଷାବିତ ଓ ମଣିଷ ତିଆରି କାରଖାନାରେ ମୁଖ୍ୟ ବିନ୍ଧାଣି ଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ଷଡ଼ଙ୍ଗୀ ଏବଂ ଯୋରନ୍ଦା ଅଞ୍ଚଳର ଅନେକ ଛାତ୍ର ସମାଜ ଗଠନରେ ବର୍ତ୍ତୀ ଥିଲେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ମତ ରଖିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ସ୍କୁଲ କ୍ୟାବିନେଟର ମନ୍ତ୍ରୀମାନେ ବ୍ୟକ୍ତବ୍ୟ ଦେଇଥିଲେ ବୋଲି ପ୍ରଧାନ ଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି