ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଅବସର ପ୍ରାପ୍ତ ସାମରିକ ଓ ଅର୍ଦ୍ଧସାମରିକ ସଂଘ ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ସହିଦ ସ୍ତମ୍ବ ଠାରେ ସଂଘର ସଭ୍ୟମାନେ ଏକତ୍ରିତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ଏବଂ ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହାସହ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନକୁ ଉପସ୍ଥିତ ସଭ୍ୟମାନେ ଆନନ୍ଦ ଉଲ୍ଲାସର ସହିତ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସାମରିକ ସଂଘର ଜିଲ୍ଲା ସଭାପତି କ୍ୟାପଟେନ ଅଶ୍ଵନୀ ବରାଳ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି କୈଳାସ ରାଉତ, ଅଖିଳ ମହାପାତ୍ର, ରବି ରାୟ, ସନ୍ତୋଷ ସେଠି, ଚକ୍ରଧର ତରାଇ, ପଙ୍କଜ ନାୟକ, ନଗେନଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଘର ଆବାହକ ତଥା ଅନ୍ୟ ସଭ୍ୟମାନେ ନିଜର ମତାମତ ପ୍ରକାଶ କରି ଜିଲ୍ଲାରେ ଯେଉଁ ଅବସର ପ୍ରାପ୍ତ ସୈନିକ ଓ ଅର୍ଦ୍ଧସୈନିକ ଗାଁ ଗହଳରେ ଅଛନ୍ତି ସେମାନେ ସମସ୍ତେ ଏହି ସଂଘରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି