କୋଦଳା (ସମୃଦ୍ଧ ଓଡିଶା) ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ କିଛି ଯୁବ ସଂଗଠନ ଜୋରଦାର ଆନ୍ଦୋଳନ କରି ଆସୁଥିବା ବେଳେ ବେଗୁନିଆପଡା ଅଞ୍ଚଳରେ ମଧ୍ୟ ମଦ ବିରୋଧୀ ଅଭିଯାନ ମୁଣ୍ଡ ଟେକିଛି । କୋଦଳାର ବେଗୁନିଆପଡା ଅଞ୍ଚଳର ସୁମଣ୍ଡଳ, ମଠ ସରସିଙ୍ଗ, ବେରୁଅଂ।ବାଡି ଆଦି ପଞ୍ଚାୟତରେ ମଦ ବିରୋଧୀ ଅଭିଯାନ ତୀବ୍ର ରୂପ ନେଇଛି । ବ୍ୟାପକ ପରିମାଣରେ ମଦ ବିକ୍ରି ହେଉଥିବା ମର୍ଦ୍ଦମେଖ ପଞ୍ଚାୟତ ଏହି ଆନ୍ଦୋଳନ ଯୋରଦାର କରି ମଧ୍ୟ ସଫଳ ହୋଇ ପାରିଲା ନାହିଁ । କିଛି ମାସ ପୂର୍ବରୁ ଏହି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସରପଞ୍ଚଙ୍କ ନେତ୍ରୁତ୍ଵରେ ଆନ୍ଦୋଳନ କରି ବିଭିନ୍ନ ମଦ ଦୋକାନ ପୋଡିବା ସହିତ ମଦ ବେପାରୀଙ୍କୁ ସତର୍କ କରାଇଥିଲେ । କିନ୍ତୁ ସରକାରୀ ମଦ ଦୋକାନଟି ପୋଡିଗଲା ସିନ। ରାସ୍ତା କଡ଼ରେ ମଦ ବନ୍ଦ ହେବାର ନା ଧରିଲାନି । ଏମିତି ଦେଖାଗଲା ଯେମିତି ମଦ ନୁହଁ ରାସ୍ତାକଡରେ ମାଛ ବେପାର ଚାଲିଛି । ଉକ୍ତ ପଞ୍ଚାୟତ ରାସ୍ତ। ଦେଇ ପ୍ରତ୍ୟକ ଦିନ ଲୋକେ ବେପାର ବଣିଜ ଠାରୁ ଆରମ୍ଭ କରି ବିଭିନ୍ନ ସହରକୁ ଯିବାକୁ କୋଦଳା ଆସନ୍ତି । ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟ, କଲେଜ ଓ କୋଚିଂ ନେବା ପାଇଁ ସକାଳ ଠାରୁ ରାତ୍ର ୯ ଘଣ୍ଟା ପର୍ଯନ୍ତ ଯିବା ଆସିବା କରିଥାନ୍ତି । ସେହିବାଟ ଦେଇ ଯିବା ଆସିବା ବେଳେ ସେମାନେ ନିଜକୁ ଅସୁରକ୍ଷିତ ମଣିଥାନ୍ତି । ସେମାନଙ୍କ ଅଶ୍ଳୀଳ ଭାଷା ସହ୍ୟ କରିପାରନ୍ତି ନାହିଁ । ବନ୍ଦ କରିବାକୁ ନେଇ ସ୍ଥାନୀୟ ସରପଞ୍ଚ ହ୍ରୁଷିକେଷ ମେହେଣା ସମେତ ବହୁ ସମାଜସେବୀ ଚେଷ୍ଟା କରିଥିଲେ ମଧ୍ୟ ଏହା ବନ୍ଦ ହେବା ବଦଳରେ ଅଧିକ ହେବାରୁ ବାଧ୍ୟ ହୋଇ ସରପଞ୍ଚଙ୍କ ନେତ୍ରୁତ୍ଵରେ ଶତାଧିକ ବୁଦ୍ଧିଯିବି ଓ ସମାଜସେବୀ କୋଦଳା ଥାନା ଘେରାଉ କରିବା ସହ ଏକ ଦାବୀ ପତ୍ର ସବଇନିସ୍ପେକ୍ଟର ଅନିଲ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ । ଏକକିତା ନକଲ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରେରଣ କରିଥିଲେ । ଏହାପରେ ପନ୍ଦର ଦିନ ମଧ୍ୟରେ ଉକ୍ତ ଅଞ୍ଚଳରୁ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଥାନା ଏସଆଇ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ମିଳିଲା ପରେ ଯଦି କିଛି କାର୍ଯାନୁଷ୍ଠାନ ଗ୍ରହଣ କରାନଯାଏ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କହି ଆନ୍ଦୋଳନ କାରୀ ଫେରିଥିଲେ । ଏହି ଅଭିଯାନରେ ସରପଞ୍ଚଙ୍କ ସମେତ ପ୍ରଭାକର ନାୟକ, ରବୀନ୍ଦ୍ର ଯେନା, ଦିଲ୍ଲୀପ ପ୍ରଧାନ, ଗୌରହରି ସ୍ଵାଇଁ, ସଞ୍ଜୟ ଭୁୟାଁ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ଏହି ମହାନ ଉଦ୍ଦେଶ୍ୟକୁ ନେଇ ପଞ୍ଚ।ୟତ ଓ ଏନଏସି ଜନସାଧାରଣମାନେ ସାଧୁବାଦ ଜଣାଇଛନ୍ତି ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା