ଅମଳର ୨ମାସ ପରେବି ଟୋକନ ମିଳିଥିବା ଚାଷୀଙ୍କ ଠାରୁ କିଣାଯାଇନି ଧାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ପ୍ରତିକୂଳ ପାଗରେ ଧାନ ଅମଳ ବିଳମ୍ବିତ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ୨ ମାସ ବିତିଗଲାଣି । ସରକାରଙ୍କ ଠାରୁ ମିଳିଥିବା ଟୋକନ୍‌ର ଧାନ ବିକ୍ରି ପାଇଁ ଚାଷୀ ସୁଯୋଗ ପାଇ ପାରିନାହାନ୍ତି । ପ୍ରଶାସନିକ ଉଦାସୀନତା ଯୋଗୁଁ ଧାନର ବ୍ୟାପକ ଅଭାବି ବିକ୍ରୀ ହେଉଥିବାର ଲକ୍ଷ୍ୟ କରାଯାଉଛି । କୃଷି ବିଭାଗର ସର୍ବେକ୍ଷଣ ଅନୁଯାୟୀ ଚଳିତବର୍ଷ ଜଳେଶ୍ୱର ବ୍ଲକରେ ୨୧ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିଲା । ଚଳିତବର୍ଷ ଯୋଗାଣ ବିଭାଗର ଟୋକନ୍ ଅନୁଯାୟୀ ଜଳେଶ୍ୱର ବ୍ଲକର ଧାନବିକ୍ରିଲାଗି ୧୯ଟି ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେତିକିବି ଚାଷୀଙ୍କୁ ଟୋକନ ଦିଆଯାଇଥିଲା, ତାର ଅଧାରୁ କମ୍ ସଂଖ୍ୟକ ଚାଷୀଙ୍କଠାରୁ ଅଦ୍ୟାବଧି ଧାନ ସଂଗ୍ରହ ହୋଇଛି । ଏହି ଅନୁଯାୟୀ ୫୪୯୭ଜଣ ଚାଷୀ ଧାନବିକ୍ରୀ କରିବାପାଇଁ ଟୋକନ୍ ପାଇଥିବା ବେଳେ ଅଦ୍ୟାବଧି ୨୨୯୭ଜଣ ଧାନ ବିକ୍ରକରିବାର ସୁବିଧା ପାଇଛନ୍ତି । ଅଦ୍ୟାବଧି ୩୨ଶହ ଚାଷୀ ଧାନ ବିକ୍ରୀ କରିବା ପାଇଁ ଅପେକ୍ଷା କରିଛନ୍ତି । ମାତ୍ର ୯୩୭୨୫ କ୍ୟୁଣ୍ଟାଲ ଧାନ ବିକ୍ରି ହୋଇଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ । ଅଲାଲପୁର ସମବାୟ ସମିତିରେ ୬୬୦ ଜଣ ଚାଷୀଙ୍କ ମଧ୍ୟରୁ ୧୯୭ଜଣ, ବର୍ତ୍ତନା ସମବାୟ ସମିତିରେ ୪୫୫ ଜଣଙ୍କ ମଧ୍ୟରୁ ୨୪୨ଜଣ, ଦକ୍ଷିଣ ପ୍ରହରାଜପୁର ୨୬୫ ଜଣଙ୍କ ମଧ୍ୟରୁ ୮୫ଜଣ, ନାମ୍ପୋ ସମବାୟ ସମିତିରେ ୪୪୩ ଜଣ ଚାଷୀଙ୍କ ମଧ୍ୟରୁ ୨୧୩ ଜଣ, ଚାଫଲାରେ ୨୪୩ ଜଣ ମଧ୍ୟରୁ ୧୧୦ଜଣ, ଲକ୍ଷ୍ମଣନାଥରେ ୨୭୧ ଜଣଙ୍କ ମଧ୍ୟରୁ ୧୦୯ଜଣ ଧାନବିକ୍ରି ପାଇଁ, ଖୁଆଡରେ ୧୭୭ ଜଣଙ୍କ ମଧ୍ୟରୁ ୭୪ଜଣ, ରାୟାଁରାମେଚନ୍ଦ୍ରପୁରିରେ ୧୩୦ ଜଣ ମଧ୍ୟରୁ ୬୫ଜଣ, ରାମନଗରପାଟଣାରେ ୨୨୯ ଜଣଙ୍କ ମଧ୍ୟରୁ ୧୦୯ଜଣ, ରାଇବଣିଆରେ ୨୯୩ ଜଣଙ୍କ ମଧ୍ୟରୁ୧୬୬ଜଣ, ଜ୍ୟୋତିଜଂଗମ ସମବାୟ ସମିତିରେ ୫୧୮ ଜଣଙ୍କ ମଧ୍ୟରୁ ୨୪୯ଜଣ, ପଶ୍ଚିମବାର୍ଡ ରେ ୧୫୮୫ ଜଣଙ୍କ ମଧ୍ୟରୁ ୬୭ ଜଣ, ଆମ୍ବଳିଅଠା ସମବାୟ ସମିତିରେ ୨୪୩ ଜଣଙ୍କ ମଧ୍ୟରୁ ୪୪ଜଣ, ଗୋବରଘଟାରେ ୧୪୫ ଜଣରୁ ୪୮ଜଣ, ତେଘରୀରେ ୨୮୮ ଜଣରୁ ୧୩୭ଜଣ, କଳମା ରେ ୧୩୫ ଜଣରୁ ୧୩୧ଜଣ, ଓଲମରାରେ ୨୧୬ ଜଣରୁ ୬୬ଜଣ, ଇକଡାରେ ୩୦୩ ଜଣରୁ ୬୮ଜଣ ୨୫୫୦, ପାଇକସିଦା ସମବାୟ ସମିତିରେ ୨୨୫ ଜଣ ଚାଷୀ ମଧ୍ୟରୁ ୧୧୭ଜଣ ଧାନ ବିକ୍ରି କରିଥିବାର ଜଣାଯାଇଛି । ଟୋକନ୍ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ ମଧ୍ୟ ସମିତି ଧାନ କ୍ରୟ କରିବା ଓ ଏଥିଲାଗି ମିଲର ମାଲିକମାନେ ଧାନ ଦେଉନଥିବା ଅଭିଯୋଗ ହୋଇଛି । କେତେକ ପ୍ରଭାବଶାଳୀ ମିଲର ଧାନ କ୍ରୟ ବେଳେ ଧାନ କ୍ୟୁଣ୍ଟାଲ ପିଛା ୧୨ କି.ଗ୍ରା କମ୍ କରି ନେଉଥିବା ହେତୁ ଅସନ୍ତୋଶ ପ୍ରକାଶ ପାଇଛି । ସରକାରୀ ଧାନକ୍ୟୁଣ୍ଟାଲ ୧୮୧୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ତାହା ୧୩୫୦ଟଙ୍କାରେ ଅଭାବି ବିକ୍ରି ହେଉଥିବାରୁ ଏପରି ଅଚାଳସ୍ଥା ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ଲାଗି ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଜଳେଶ୍ୱର ବ୍ଲକରେ ଥିବା କୃଷକ ସଭା, କୃଷକ ସଂଘ, ବିଭିନ୍ନ ସଂଗଠନ ଓ ଉଠିଆ ଚାଷୀାମାନେ ଦାବି କରିଛନ୍ତି । ଅନ୍ୟଥା ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ମିଳୁଛି ।

ରିପୋର୍ଟ : ଭୂପତି କୁମାର ପରିଡା