ଅମାନିଆଙ୍କୁ ସାବାଡ଼ କଲା ପ୍ରଶାସନ : ଗଣିଲେ ୫୦ହଜାର ଟଙ୍କା…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଜିଲ୍ଲାରେ ସମ୍ଭାବ୍ୟ କୋରନା ସଂକ୍ରମଣ ଆଶଙ୍କାରେ ଜିଲ୍ଲାପାଳ ଜୁନ ୩୦ ଯାଇ ଗଞ୍ଜାମ ଜିଲ୍ଲାକୁ ସଟ ଡାଉନ ଘୋଷଣା କରିଛନ୍ତି । ସଟଡାଉନ ସତ୍ୱେ ବହୁ ଅମାନିଆ ରାସ୍ତା ଉପରେ ନିର୍ଭୟରେ ଗାଡି ମୋଟର ଚାଲାଉଛନ୍ତି । ଫଳରେ ଆଜି ଭୋର ସକାଳୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଓ ଏନ.ଏ.ସି କର୍ମଚାରୀ ମାନେ ବଡକୋଦଣ୍ଡା ଛକ ନିକଟରେ ରାସ୍ତା ବ୍ଳକ କରି ଅମାନିଆ ଲୋକ ମାନଙ୍କୁ ସାବାଡ଼ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରିଛନ୍ତି । ଖବର ଲେଖାହେବା ସୁଦ୍ଧା ପାଖାପାଖି ୫୦ ହାଜର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ । ପ୍ରକାଶ ଯେ, ଜୁନ ୩୦ ତାରିଖ ଯାଏଁ କେବଳ ପନିପରିବା, ରାଶନସାମଗ୍ରୀ ଏବଂ ଔଷଧ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ଦୋକାନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ କିଛି ଅମାନିଆ ବିଭିନ୍ନ ଆଳରେ ବଜାର ଓ ଏଣେ ତେଣେ ଯାତାୟାତ କରୁଥିବାରୁ ଆଗାମୀ ଦିନରେ ମଧ୍ୟ ଏହି ପରି ଅମାନିଆ ଧରପଗଡ଼ ଜାରି ରହିବ ବୋଲି କୁହାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ