‘ଅମ୍ଫାନ’ ତାଣ୍ଡବ ପରେ “ଆଜାଦ ବାହିନୀ” ପକ୍ଷରୁ ସଫେଇ କାର୍ଯ୍ୟକ୍ରମ : ଏକ ପେଚା ଉଦ୍ଧାର…

ଭଦ୍ରକ (ସମୃଦ୍ଧ ଓଡିଶା) ‘ଅମ୍ଫାନ’ ମହାବାତ୍ୟା ତାର ତାଣ୍ଡବ ରଚାଉ ଥିବାବେଳେ ପ୍ରକୃତି କୋଳରେ ଆଶ୍ରିତ ବହୁ ପଶୁପକ୍ଷୀମାନେ ଧରାଶାୟୀ ହୋଇଛନ୍ତି । ବହୁ ଗଛ ଭାଙ୍ଗି ପଡିଛି । ଏହାକୁ ଦୃଷ୍ଟିରେ ରଖି “ଆଜାଦ ବାହିନୀ” ତରଫରୁ ଭଦ୍ରକର ସାହାଦ ଗ୍ରାମ ଅଞ୍ଚଳରେ ପରିସ୍ଥିତି ଓ ଲୋକମାନଙ୍କର ଅବସ୍ଥା କିପରି ଅଛି ତାହା ଜାଣିବା ଓ ସେମାନଙ୍କୁ ଉଦ୍ଧାର କରିବା ସହ ରାସ୍ତା ଘାଟରେ ପଡ଼ିଥିବା ଗଛ ପତ୍ରସବୁ ସଫା କରିବାକୁ ସଂଗଠନର ସଭାପତି କାହ୍ନୁ ଚରଣ ଧୂପାଳ, ସମ୍ପାଦକ ରାଣପ୍ରତାପ ସେଠୀ ଓ କିଛି ସଦସ୍ୟ ଖଗେଶ୍ୱର ସ୍ୱାଇଁ, ରାଜେଶ ସେଠୀ, ରତି ରଞ୍ଜନ ଦାସ, ଦୟାସାଗର ଶତପଥୀ, ଦିଗବିଜୟ ଜେନା, ଦୀପକ ଜେନା, ମନୋଜ ବାରିକ ପ୍ରମୁଖ ଯାଇ ପହଞ୍ଚିଥିଲେ । ରାସ୍ତାଘାଟ ସଫା କରୁଥିବା ବେଳେ ନଡ଼ିଆ ଗଛର ବାହୁଙ୍ଗା ଭାଙ୍ଗି ତା’ଭିତରେ ଗୋଟିଏ ଛୋଟ ପେଚା ଛୁଆଟିଏ ପଡିଥିବାର ଦେଖିବାକୁ ପାଇଥିଲେ । ଛୋଟ ପେଚାଟିର ଡେଣା ଉପରେ ମାଡ଼ ହୋଇଥିବାରୁ ଉଡି ପାରୁ ନ ଥିବା ଜଣାପଡିଥିଲା । ଏହାପରେ ପେଚା ଛୁଆଟିକୁ ଉଦ୍ଧାର କରି କିଶୋର କୁମାର ନାୟକ ଭଦ୍ରକ ଡି.ଏଫ.ଓଙ୍କୁ ଟୁଇଟ କରି ଜଣାଇଥିଲେ । ଫୋନରେ ଡି.ଏଫ.ଓ ତାଙ୍କ ସହ କଥା ହେବା ପରେ ଭଦ୍ରକରୁ ବନ ବିଭାଗର କର୍ମଚାରୀ ୨ଜଣଙ୍କୁ ତାଙ୍କ ନିକଟକୁ ପଠାଇ ସେହି ପେଚା ଛୁଆ ଟିକୁ ଚିକିତ୍ସା କରିବା ପାଇଁ ନେଇ ଯାଇଥିଲେ । ଏପରି କାର୍ଯ୍ୟକୁ ନେଇ ଅଞ୍ଚଳବାସୀ “ଆଜାଦ ବାହିନୀ”ର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଥିବା ଜଣାପଡିଛି ।

ରିପୋର୍ଟ : ଅକ୍ଷୟ ପଟ୍ଟନାୟକ