

ଗଞ୍ଜାମ (ସମୃଦ୍ଧ ଓଡିଶା) ଉତ୍ତର ଓଡିଶା ସହ ପଶ୍ଚିମବଙ୍ଗରେ ମହା ବାତ୍ୟା ଅମ୍ଫାନର ତାଣ୍ଡବରେ କଲିକତା ମହାନଗର ସମେତ ବିଭିନ୍ନ ଅଞ୍ଚଳରେ ବିରାଟକାୟ ଗଛ ଉପାଡି ପଡି ରାସ୍ତା ଅବରୋଧ ହୋଇପଡିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ । ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ ପଶ୍ଚିମବଙ୍ଗକୁ ପଠାଇଥିବା ଜଣାପଡିଛି । ଏହି ଟିମ ସେଠାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଓ ଘର ଉପରେ ପଡିଥିବା ଗଛ ଗୁଡ଼ିକୁ କାଟି ହଟାଉଥିବା ଜଣାପଡିଛି । ଗଞ୍ଜାମ ସହରର ଅନତିଦୂରରେ ରହିଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର ଓଡ୍ରାଫ ଟିମ ସେଠାରେ ପହଁଚି ଦୈନିକ ୬ରୁ ୮ଘଣ୍ଟା ପରିଶ୍ରମ କରି ବିରାଟ କାୟ ଗଛଗୁଡିକୁ ରାସ୍ତା ଉପରୁ ହଟାଇବା ସହ ବିଭିନ୍ନ ଘର ଉପରେ ପଡି ରହିଥିବା ଗଛ ଗୁଡିକୁ ହଟାଉଥିବା ଜଣାପଡିଛି । ଗୋଟିଏ ଟିମ ବିଭିନ୍ନ ଜିଲ୍ଲାପାଳଙ୍କ ଅଣ୍ଡରରେ ବିଭିନ୍ନ ଅଞ୍ଚଳଗୁଡିକରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟଏକ ଟିମ ହାୱରା ବ୍ଲକର ମସ୍ ଲଜ ଗୁଥାର ବାଟି ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣାପଡିଛି । ଗୋଟିଏ ଦଳରେ କେ.ସତ୍ୟ ନାରାୟଣ ରେଡି, ବିସିକେଶନ ନାୟକ, ଅଜିତ କୁମାର ରଥ, ଟିଲୁ ଦାସ, ଅଜିତ କୁମାର ତ୍ରିପାଠୀ, ସନାତନ ନାୟକ, ପ୍ରଶାନ୍ତ କୁମାର ବିଶ୍ବାଳ, ରବୀନ୍ଦ୍ର ନାଥ ମହାରଣା, ପ୍ରତାପ କୁମାର ବେହେରା, ଲିଙ୍ଗରାଜ ସେଠୀ, ହିମାଂଶୁ କୁମାର ପାତ୍ର, ସୁଦର୍ଶନ ସେଠୀ, ଗଗନ ପଲାଇ ପ୍ରମୁଖ କାର୍ଯ୍ୟ କରୁଥିବା ବେଳେ ନିର୍ମଳ ଚନ୍ଦ୍ର ବେହେରା, ସୁକାନ୍ତ କୁମାର ପଣ୍ଡା, ସୁରେନ୍ଦ୍ର ବେହେରା, ଶ୍ୟାମ ସୁନ୍ଦର ହେମ୍ରମ, ଜଗା ସେଠୀ, ମନୋଜ କୁମାର ବେହେରା, ମନୋଜ କୁମାର ରଥ, ଆରତ ଶତପଥୀ, ରଞ୍ଜନ କୁମାତ ଦଳାଇ, ଏସକେ.ଏସ.ଅହମ୍ମଦ, ଆପା ରାଓ କିମ୍ଵାକା, ବିଦେଶୀ ପ୍ରଧାନ, ସଞ୍ଜୟ ବେହେରା ପ୍ରମୁଖ ଓଡ୍ରାଫ ଟିମ ହାୱରା ବ୍ଲକର ମସ୍ ଲଜ ଗୁଥାର ବାଟି ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣାପଡିଛି । ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବାରୁ ଏହି ଟିମକୁ ସାରା ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
