

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଯୋଧ୍ୟା ନଗର ଗଣେଶ ପୂଜା କମିଟିର ପ୍ରତେକ ବର୍ଷ ପରି ଏବର୍ଷ ମଧ୍ୟ ଜାକଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ରାଜ୍ୟ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ମେଲଡି ଗ୍ରୁପ ସୁରୁ ଝଙ୍କାର କଳାକାରମାନେ ବିଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ । ଏହି ମେଲଡି ଗ୍ରୁପ ଅନୁଷ୍ଠାନର ଟୁଟୁ ପାଢୀ ମୁଖ୍ୟ ପରିଚାଳନା କରିଥିଲେ । ପୂଜା କମିଟିର ଯୁବକ ସଂଘ ସକ୍ରିୟ ସଦସ୍ୟା ପୂର୍ବତନ କରପୋରେଟର ବି. ଶ୍ରୀନୁ ବାସ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଉପସ୍ଥିତିରେ ଜୁବ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ଶ୍ରୀନିବାସ ରାଓ, କିରଣ ସୁବୁଦ୍ଧି, ବିଜନ କର, ଗଣେଶ ପାଢ଼ୀ, ଆଦିତ୍ୟ ପଟ୍ଟନାୟକ, କେ. ମଧୁସୂଦନ ଓ ଡ଼. କେଦାର ନାଥ ମିଶ୍ର ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



