ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅରବିନ୍ଦ ନଗର ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରାମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପଦ୍ମନାଭ ପଣ୍ଡା, ଏବିଇଓ ରବିନ୍ଦ୍ରନାଥ ତ୍ରିପାଠୀ, ସିଆରସିସି ତାରାପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ନିଜକୁ ଆଦର୍ଶ ବିଦ୍ୟାର୍ଥୀ ରୂପେ ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ସ୍କୁଲର କମିଟି ସଭାନେତ୍ରୀ ଉଷାରାଣି ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଗୁରୁମା ନିର୍ମଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ବେଳେ ଗୁରୁମା ସୁମିତ୍ରା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାପରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଜୀ ଗୁରୁମା ତଥା ଗୋବିନ୍ଦ ବେହେରା, ରେଣୁକା ଦାଶ, ନୀଳାଞ୍ଚଳ ଦାଶ, ସୁକାନ୍ତି ମହାନ୍ତି, ଇତିଶ୍ରୀ ଦାସ, ଶ୍ରୀକାନ୍ତ ପଟ୍ଟନାୟକ, ସସ୍ମିତା ପଣ୍ଡା, ମମତା ପଣ୍ଡା, ଦେବଯାନୀ ମିଶ୍ର, ଗୌରୀ ଶଙ୍କର ପାଢ଼ୀ, ସରୋଜ ମିଶ୍ର, ସୁରଜ ସେଠି ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା