ଛତ୍ରପୁର (ସମୃଦ୍ଧ ଓଡିଶା) ଅଲ ଇଣ୍ଡିଆ କ୍ଲାସିକାଲ ଡ୍ୟାନ୍ସ ଫେଷ୍ଟିବଲ ପୁରୀର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଓଡ଼ିଶାର ପ୍ରଖ୍ୟାତ ଓଡିଶୀ ନୁତ୍ୟ ଗୁରୁ ଅଶୋକ କୁମାର ଦାସ, ନବ ପ୍ରତିଭା ନୃତ୍ୟ ଅନୁଠାନ, ପୁରୀ । ଏହି କାର୍ଯ୍ୟକ୍ରମ ୨୨ ଓ ୨୩ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମରେ ସେଇଠି ଚିତାକର୍ଷକ ରଣପା ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିଲେ । ଏହି ଅବସରରେ ପ୍ରଥମ ସନ୍ଧ୍ୟାରେ ଛତ୍ରପୁରର ସମୀର କୁମାର ବେହେରା ଓ ଦିବାକର ବିଷୋୟୀ ରଣପା ନୃତ୍ୟ କରି “ଉତ୍କଳ ଶ୍ରୀ ” ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କୁ ସମ୍ମାନିତ କରିଥିଲେ ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା