

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଲ ଇଣ୍ଡିଆ ଡିୱାଇଓ (All India DYO) ତରଫରୁ ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଏକ ସେମିନାର ବୈଠକ ଅନୁଷ୍ଠିତ ହୋଇଯାଇଛି । “ବେକାରି ସମସ୍ୟାର କାରଣ ଓ ଏହାର ଦୂରିକରଣ ସମ୍ଭବ କି ?” ଏହା ହିଁ ଏହି ବୈଠକର ମୁଖ୍ୟ ବିଷୟ ରହିଥିଲା । ଏଥିରେ ମଧୁସୁଦନ ଦାସ, କାର୍ତ୍ତିକ ମହନ୍ତ, ପ୍ରଶାନ୍ତ ଭୁୟା, ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟର ରାଜ୍ୟ ସଦସ୍ୟ ବିଷ୍ନୁ ଦାସ ଓ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ଏହି ଆଲୋଚନା ଚକ୍ର ଉପରେ ଆଲୋଚନା କରିଥିଲେ ଓ ନିଜର ଉକ୍ତି ଉପସ୍ଥାପନା କରିଥିଲେ । ଏହାପରେ ସଭାକାର୍ଯ୍ୟ ସମସ୍ତ କରାଯାଇଥିଲା ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
