ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ଉତ୍ସବରେ ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ ଓ ନବନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଯୁବକ ସଂଘ ସମ୍ପାଦକ ଏ.ସନ୍ତୋଷ କୁମାର ପାତ୍ରଙ୍କ ନେତୃତ୍ୱରେ କାମାପଲ୍ଲୀରୁ ବିରାଟ ଶୋଭାଯାତ୍ରାର ଆୟୋଜନ କରି ବୈଦିୟନାଥ ଶିବ ମନ୍ଦିର ପ୍ରାଙ୍ଗଣରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏହାସହ ସାଂସଦ ସାହୁ ଓ ବିଧାୟକ ପଣ୍ଡାଙ୍କୁ ଯୁବକ, ମହିଳା ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସହରର ବିକାଶ ହୋଇଛି । ତଥାପି ସହରକୁ ଆହୁରି ଆଗକୁ ନେବାକୁ ରାଜ୍ୟ ସରକାରଙ୍କ ସ୍ୱପ୍ନ ରହିଛି । ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ସହ ସମସ୍ତ ଯୋଜନାରେ କିପରି ସହରର ବିକାଶ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇଛନ୍ତି । ବ୍ରହ୍ମପୁରକୁ ଶ୍ରେଷ୍ଠ, ବିକଶିତ ଓ ସ୍ମାର୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି । ଏହାସହ ବିଧାୟକ ପଣ୍ଡା ସହରକୁ ସ୍ମାର୍ଟ କରିବା ସହ ସୁନ୍ଦର କରି ଗଢିତୋଳିବାକୁ ବହୁ ପଦକ୍ଷେପ ନିଆଯାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ୩୧ ନମ୍ବର ୱାର୍ଡର ବିକାଶ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ହୋଇପାରିଛି । ଅନ୍ୟପକ୍ଷରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ବହୁ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ କରାଯାଉଛି । ଯୁବକ ସଂଘର କାର୍ଯ୍ୟକୁ ପ୍ରଶଂସା କରିବା ସହ ଯୁବଗୋଷ୍ଠୀ ସହରର ବିକାଶ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତୁ ବୋଲି କହିଥିଲେ । ଏହାସହ ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ କର୍ପୋରେଟର ତଥା ଯୁବକ ସଂଘ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ପାଇକାରୀ ଭଣ୍ଡାର ସଭାପତି ସୁଧୀର କୁମାର ରାଉତ, ଜିଲ୍ଲା ଯୁବ ବିଜେଡି ସଭାପତି ଏନ.ଧନଞ୍ଜୟ ରାଓ, ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ, ମମତା ବିଷୋୟୀ, କାଳୁ ମହାରଣା, ଦୁର୍ଗା ପଣ୍ଡା ମଞ୍ଚାସିନ ଥିଲେ । ବିଜେଡି ଯୁବ ନେତା ଚନ୍ଦ୍ର ଶେଖର ଗୌଡ଼, ତାପସ ସାହୁ, ପରିଚାଳନା ସମ୍ପାଦକ ଏ.ଶିବରାମ ପାତ୍ର, ଏ.ରାଜାମା, ନଳିନୀ ଦେବଦର୍ଶୀ, ତେଜେଶ୍ୱର ସ୍ୱାମୀ, ଶିବ ପାଢ଼ୀଙ୍କ ସମେତ ଅଶୋକ ନଗର ଯୁବସଂଘର ସଭାପତି ବା ସମାଜ ସେବି ଏ ସନ୍ତୋଷ ପାତ୍ର, ସମ୍ପାଦକ କୁମାର ସରୋଜ ମହାରଣା, ପୂର୍ବତନ କୋପ୍ରେଟେର ପାର୍ବତୀ ପ୍ରଧାନ, ବିଜେଡି କର୍ମୀ ଅମିତ ଦାଶ, ସତ୍ୟ ନାରାୟଣ ପାତ୍ର ଓ ବହୁ ଯୁବ ସଂଗଠକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା