

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ବିଜେଡ଼ି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ସମେତ ମୋଟ ୮୦ ଜଣଙ୍କୁ ନେଇ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହୋଇଛି । ଦୁଇମାସ ଧରି ଚାଲିଥିବା ସାଂଗଠନିକ ନିର୍ବାଚନର ଶେଷ ପର୍ଯ୍ୟାୟରେ ଏହି ତାଲିକା ଘୋଷଣା କରାଯାଇଛି । ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣଂ ଅଫିସର ପ୍ରତାପ କେଶରୀ ଦେବ ଏହା ଘୋଷଣା କରିଛନ୍ତି । ନବୀନ ପଟ୍ଟନାୟକ ରାଜ୍ୟ ସଭାପତି ।
ରିପୋର୍ଟ : ଆକାଶ ମିଶ୍ର