ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ କୋର୍ଟସାହି ପଂଚାୟତ ଅଧିନ ଡିଙ୍ଗାଶୋଳ ଗ୍ରାମରେ ଅସବର୍ଣ୍ଣ ବ୍ୟକ୍ତି ମାନଙ୍କ ପ୍ରତି ଅସମ୍ମାନ ଓ କୁତ୍ସାରଟନାକୁ କେନ୍ଦ୍ର କରି ଶତାଧିକ ପୁରୁଷ ଓ ମହିଳା ସଂପୃକ୍ତ ପଂଚାୟତର ୨ଜଣ ଯୁବ ନେତାଙ୍କୁ ଦୀର୍ଘ ୬ଘଣ୍ଟାଧରି ଅଧକ ରଖିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସାନରାଉତପଡା ଗ୍ରାମର ବିଜେପି ଯୁବନେତା ଅଶୋକ ପରିଡା ଓ ତାଙ୍କର ସମ୍ପର୍କୀୟ କଂଗ୍ରେସ ଯୁବନେତା ରାଜୀବ ପରିଡା ଅଧିକାଂଶ ସମୟରେ ସଂପୃକ୍ତ ଗ୍ରା.ପ.ରେ ନିଜର ରାଜନିତୀ ପତିଆରା ବିସ୍ତାର କରି ଅସବର୍ଣ୍ଣ ବ୍ୟକ୍ତିମାନଙ୍କ ଉପରେ ନାନାପ୍ରକାର ଅତ୍ୟାଚାର ଏବଂ ଜୁଲମ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ଗ୍ରାମବାସୀମାନେ ଉତ୍କର୍ଷିତ ହୋଇ ଉଭୟ କକା ପୁତୁରାକୁ ବିଭିନ୍ନ ସମୟରେ ବିରୋଧ କରି ଆସୁଥିଲେ । ଡିଙ୍ଗାଶୋଳ ଗ୍ରାମର ଜଗଦିଶ ଜେନାଙ୍କ ସ୍ତ୍ରୀ କାମିନୀବାଳା ଜେନା ଓ ତାଙ୍କର ସହଯୋଗୀ ମାନେ ଉଭୟଙ୍କୁ ଦୀର୍ଘ ୬ଘଣ୍ଟାଧରି ଏକ ସ୍ଥାନରେ ଘେରାବନ୍ଦୀ ରଖିଥିଲେ । ଖବରପାଇ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଓ ଏଏସ୍ଆଇ ସତ୍ୟନାରାୟଣ ବଳ ପ୍ରମୁଖ ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚି ଅଟକଥିବା ଥିବା ୨ଯୁବ ନେତା ଓ ଅନ୍ୟ ଜଣଙ୍କୁ ଥାନାକୁ ଆଣିଥିଲେ । ଏହି ଘଟଣାରେ କାମିନୀବାଳାଙ୍କ ଲିଖିତଅଭିଯୋଗମୂଳେ ଉଭୟଙ୍କ ନାମରେ ଜଳେଶ୍ୱର ଥାନାରେ ଏକ ଏସି/ଏସ୍ଟି ମାମାଲା ୩୪୫/୧୯ ରୁଜୁ କରିଛନ୍ତି । ଅପରପକ୍ଷରେ ରାଜୀବ ପରିଡାଙ୍କ ଅଭିଯୋଗ ମୂଳେ କିମିନୀ ବାଳା ଜେନା ଓ ତାଙ୍କ ସହଯୋଗୀଙ୍କ ନାମରେ ଅନ୍ୟଏକ ମାମଲା ୩୪୬/୧୯ ରୁଜୁ କରାଯାଇଛି । ଏହି ଘଟଣା ପଛରେ ସରକାରୀ ଦଳର ଜନୈକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ହାତ ରହିଛି ବୋଲି ଚର୍ଚ୍ଚା ଚାଲିଛି ।
ରିପୋର୍ଟ : ଭୂପତି କୁମାର ପରିଡା