ଅସହାୟକୁ ସହାୟ ହେଲେ ଛତ୍ରପୁର ବିଜୁ ଯୁବବାହିନୀ:କଲେ ଶବ ସତ୍କାର…

ଛତ୍ରପୁର (ସମୃଦ୍ଧ ଓଡିଶା) ଅସହାୟ ପରିବାରର ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ସାଥ୍ ଦେଲେ ନାହିଁ ଗ୍ରାମବାସୀ ଅନେକ ସମୟ ଧରି ପଡି ରହିଥିଲା ଶବ । ଏହି ଖବର ପାଇ ଛତ୍ରପୁରର ବିଜୁ ଯୁବବାହିନୀ ସହାୟ ହେଇ ଶବ ସତ୍କାର କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପଟଲାମପୁର ପଞ୍ଚାୟତର ଗଙ୍ଗାପୁର ଗ୍ରାମରେ । ୭୦ ବର୍ଷିୟ ବୀର ସାସମଲଙ୍କୁ କୌଣସି କାରଣ ବସତଃ ଗ୍ରାମବାସୀ ଗତ ୭ ବର୍ଷ ଧରି ଗ୍ରାମରୁ ବାଛନ୍ଦ କରିଥିଲେ । ତାଙ୍କ ପରିବାରକୁ ଏକ ଘରିଆ କରି ନିଆଁପାଣି ବନ୍ଦ କରି ଦେଇଥିଲେ । ଭାଗ୍ୟକୁ ଆଦରି ନିଜ ୨ ପୁଅ ଓ ଝିଅକୁ ଧରି ପଡ଼ିରହିଥିଲେ ଗ୍ରାମରେ । ତେବେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଗ୍ରାମବାସୀଙ୍କ ହୃଦୟ ତରଳି ନଥିଲା । ଶବ ସତ୍କାର ହୋଇନପାରି ଗ୍ରାମରେ ପଡ଼ିରହିଥିଲା । ଆଉ ଏବାବଦରେ ଖବର ପହଂଚିଥିଲା ଛତ୍ରପୁର ବ୍ଲକରେ ଥିବା ବିଜୁ ଯୁବବାହିନୀ ନିକଟରେ । ସେମାନେ ବୀର ସାସମଲଙ୍କ ଘରକୁ ଯାଇ ତାଙ୍କ ୨ ପୁଅଙ୍କ ସହଯୋଗରେ ଶବ ସତ୍କାର କରିଥିଲେ । ଯୁବବାହିନୀର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ସୁଧିର ନାହାକ, ଅଜିତ୍ ସ୍ୱାଇଁ, ରବିନ୍ଦ୍ର ନାହାକ, ଘନଶ୍ୟାମ ବେହେରା, ବିକାଶ ନାହାକ, ତପନ ବେହେରା ପ୍ରମୁଖ ଯୁବବାହିନୀର ସଦସ୍ୟ ମାନେ ଏହି ମହତ୍ କାର୍ଯ୍ୟରେ ସାମିଲ୍ ହୋଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା