ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅସହାୟ ଓ ଗରିବ ମାନଙ୍କୁ ସଦା ସର୍ବଦା ସହାୟତା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । ଏମିତି କି ଅନେକ ସମୟରେ ବିଧାୟକ ଶ୍ରୀ ଜେନା ବହୁ ଲୋକଙ୍କୁ ଅସୁବିଧା ସମୟରେ ଖବର ପାଇଁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି କରୋନା ମହାମାରୀର ଦ୍ଵିତୀୟ ଲହରୀକୁ ରୋକିବା ନିମନ୍ତେ ସମଗ୍ର ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ବହୁ ଲୋକ ନିଜର ଜୀବିକା ହରାଇ ଭୋକ ଉପାସରେ ଛଟପଟ ହେଉଛନ୍ତି । ଏହି ଅବସରରେ ଆଜି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କୁକୁଡ଼ାଖଣ୍ଡି ବ୍ଲକରେ ଥିବା ଡିପଲ ନଗରରେ ପହଞ୍ଚି ଅସହାୟମାନଙ୍କୁ ଚାଉଳ, ଡାଲି, ଜାଇ ଆଦି ବଣ୍ଟନ କରିବା ସହ ସାବିତ୍ରୀ ଅମବାସ୍ୟା ନିମନ୍ତେ ମହିଳାମାନଙ୍କୁ ଲୁଗା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ପ୍ରଫୁଲ୍ଲ ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତାଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।