

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଣେ ଅସହାୟ ଅସୁସ୍ଥ ବୃଦ୍ଧାଙ୍କୁ ଉଧାର କରି ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ଗଜପତି ନଗର ୭ମ ଗଳିରେ ଏକ ଅସହାୟ ବୃଦ୍ଧା ଦୀର୍ଘ ଦିନ ହେଲା ଖରା, ବର୍ଷା, ଶିତ କାକରରେ ପଡ଼ି ରହିଥିଲା । ସେଠାକାର ଅଞ୍ଚଳର କିଛି ଲୋକ ସାହାଯ୍ୟ କରିଆସୁଥିଲେ କିନ୍ତୁ ସେହି ବୁଢୀ ମା’ଟିର ଥଣ୍ଡା, ଖାସ୍ ଦେଖିବାକୁ ମିଳିଥିଲା । ଫଳରେ କରୋନା ମହାମାରୀକୁ ଭୟ କରି କେହି ସାହାଯ୍ୟ କରିବାକୁ ସାହସ କରୁନଥିଲେ । ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଖବର ପାଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମହାନଗରର କମିସନରଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ପ୍ରଶାସନ ମହାନଗର ନଗମ କମିସନର ସିଦ୍ଧେଶ୍ୱର ବଳିରାମ ବନ୍ଦୋର ତୁରନ୍ତ ତାଙ୍କରି ଟିମ୍ ସହ ଆମ୍ଭୁଲେନସ ପଠାଇ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ଏବଂ ଉପଜିଲ୍ଲାପାଳ ଭି. ର୍କିତ୍ତୀ ଭାସନଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ବଡ଼ ମେଡ଼ିକାଲରେ ଉକ୍ତ ମହିଳାଙ୍କ ସମସ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦେକ୍ଷପ ନିଆଯାଇଥିବା ଯୋଗୁଁ ଜଣେ ଅସହାୟକୁ ସାହାଯ୍ୟ ଓ ସହାୟତା ମିଳିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଏବଂ ମହାନଗର ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସାଧୁବାଦ ଜଣାଇଥିଲେ ।
