ଜଳେଶ୍ଵର (ସମୃଦ୍ଧ ଓଡିଶା) ଭୋଗରାଇ ବ୍ଲକର, ଖର୍ଦିଚକ ଗ୍ରାମର ଶଶାଙ୍କ ଭୂୟାଁ ଙ୍କର ବଡ଼ ପୁତ୍ର ଉତ୍ତମ ଭୂୟାଁଙ୍କର ମହାମାରୀ କରୋନାରେ କିଛି ଦିନ ପୂର୍ବରୁ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା ଓ ତାଙ୍କର ପତ୍ନୀ ଅର୍ପିତ୍ତା ଭୁୟାଁ ମଧ୍ୟ କରୋନା ରେ ଆକ୍ରାନ୍ତ ଅଛନ୍ତି, ପୁଣି ସେ ଗର୍ଭବତୀ ଅଛନ୍ତି, ଖାଲି ସେତିକି ନୁହେଁ ସାନ ପୁଅ ଶ୍ରୀତମ ଭୂୟାଁ ମଧ୍ୟ ଦୃଷ୍ଟି ହୀନ ଓ ବୃଦ୍ଧ ବାପା ଶଶାଙ୍କ ଭୂୟାଁ । ଏହି ପରିସ୍ଥିତିରେ ସେମାନେ ବାହାରକୁ ବାହାରି ପାରୁ ନ ଥିଲେ କି କିଛି ରେସନ ସାମଗ୍ରୀ ଆଣିବା ପାଇଁ ପାଖରେ ଅର୍ଥ ନ ଥିଲା ଏବଂ ଗ୍ରାମର ଲୋକମାନେ ଭୟରେ କେହି ତାଙ୍କ ପରିବାର ପାଖକୁ ଯାଉ ନ ଥିଲେ। ଶଙ୍କଟାପୂର୍ଣ୍ଣ ଭାବରେ, ଶୁକାକୋଳ ପରିସ୍ଥିତି ରହିଥିଲା । ଗୋଟିଏ ବାପା ତା ପୁତ୍ରକୁ ହରେଇବା ଦୁଃଖ ଆଉ ଗୋଟିଏ ପଟେ ବଡ଼ ବହୁ କରୋନାରେ ଆକ୍ରାନ୍ତ ଓ ଗର୍ଭବତୀ ଏବଂ ସାନ ପୁଅ ଅନ୍ଧ ଏହି ପରିପ୍ରେକ୍ଷୀରେ “ହେଲ୍ପ ଫର ୟୁ ଫାଉଣ୍ଡେସନ”ର ସଭାପତି ମାନସ ରଞ୍ଜନ ଧଳଙ୍କୁ ଖବର ମିଳିଥିଲା । ତାପରେ ହେଲ୍ପ ଫର ୟୁ ଫାଉଣ୍ଡେସନ ର କର୍ମକର୍ତ୍ତା ଆନନ୍ଦ ଜେନା, ତରୁଣ କୁମାର ନାଥ, ଦେବୀ ଦାସ ପଣ୍ଡା, ଅମିତ ପ୍ରଧାନ, ସୁଜିତ୍ କାମିଳା, ବିଶ୍ଵଜିତ କରଣ, ନଗେନ୍ଦ୍ର ନାଥ ବାରିକ, ଚିନ୍ମୟ ପ୍ରମାଣିକ, କାଳିଚରଣ ଦାସ, ଗୈାତମ ନାୟକ, ପ୍ରଦୀପ ପାତ୍ର ପ୍ରମୁଖ ସେଠାରେ ପହଞ୍ଚି କିଛି ରେସନ ସାମଗ୍ରୀ, ପନିପରିବା, ମୁଢି, ଏବଂ କରୋନା ଆକ୍ରାନ୍ତ ଗର୍ଭବତୀ ଅର୍ପିତ୍ତା ଭୁୟାଁ ପାଇଁ ମଧ୍ୟ କିଛି ଫଳ ପ୍ରଦାନ କରି ଥିବା ଜଣାପଡିଛି । ହେଲ୍ପ ଫର ୟୁ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ଯେ ଏହି ମହାମାରୀ କରୋନା ସମୟରେ କେହି ଭୋକରେ ରହିବେ ନାହିଁ, ଏହି କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ।