

ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କରୋନାର ଦ୍ଵିତୀୟ ଲହର ଯୋଗୁଁ ସର୍ଟଡାଉନ ଓ ଲକଡାଉନ ଚାଲି ଥିବାରୁ ଜାତୀୟ ରାଜପଥରେ ଅନେକ ଅସହାୟ ମାନସିକ ବିକୃତ ଲୋକ, ଭିନ୍ନକ୍ଷମ ଭୋକ ଉପାସରେ ଖାଦ୍ୟ ପାଇଁ ଡହଳ ବିକଳ ହେଉ ଥିବାରୁ ସଭାପତି ମାନସ ରଞ୍ଜନ ଧଳଙ୍କ ନଜରକୁ ଆସିଥିଲା, ତେଣୁ ସେ ଫାଉଣ୍ଡେସନ ତରଫରୁ, ଜଳେଶ୍ଵର ୬୦ ନମ୍ବର ଜାତୀୟ ରାଜ ପଥରେ ବୁଲୁଥିବା ମାନସିକ ବିକୃତ, ବୃଦ୍ଧ, ବୃଦ୍ଧା, ଅସହାୟ, ବେସାହାରା ମାନଙ୍କୁ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅମିତ ପ୍ରଧାନ, ତରୁଣ କୁମାର ନାଥ, କାଳିଚରଣ ଦାସ, ତପନ କୁମାର ଦେ, ସୁରିଆ କୁମାର ନାଥ, ସନ୍ତୋଷ କୁମାର ବେହେରା ପ୍ରମୁଖଙ୍କ ସହଯୋଗରେ ଖାଦ୍ୟ ବଣ୍ଟନ କରାଯାଇଥିଲା । କିଏ ଖାଦ୍ୟ ପାଇଁ ଡହଳ ବିକଳ ହେଉଛି ତ, କେଉଁଠି କରୋନା କଟକଣା ପାଇଁ କଢା, କଢା, ଖାଦ୍ୟ ନଷ୍ଟ କରି ଦିଆ ଯାଉଛି । ସେଇ ଖାଦ୍ୟକୁ ନଷ୍ଟ ନ କରି କୈାଣସି ସଙ୍ଗଠନକୁ ଦେଇଥିଲେ, ହୁଏତ ସେହି ସଂଗଠନ ବହୁତ ଅସହାୟ, ବେସାହାରା ଲୋକମାନେ ଖାଇ ଆତ୍ମ ସନ୍ତୋଷ ଲାଭ କରି ପାରିଥାନ୍ତେ । ତେଣୁ ସଙ୍ଗଠନ ତରଫରୁ ଅନୁରୋଧ ଖାଦ୍ୟ ନଷ୍ଟ ନ କରି ହେଲ୍ପ ଫର ୟୁ ଫାଉଣ୍ଡେସନ ସହିତ ଯୋଗାଯୋଗ କରନ୍ତୁ । ଫାଉଣ୍ଡେସନର ଏହି ଭଳି ନିଃସ୍ଵାର୍ଥପର କାର୍ଯ୍ୟକୁ ବୃଦ୍ଧି ଯିବି ମହଲରେ ବେଶ ପ୍ରଶଂସା କରାଯାଇଛି ।