ଅସୁସ୍ଥ ଓ ଯନ୍ତ୍ରଣାରେ ଛଟପଟ ହେଉଥିବା ଛାତ୍ରୀକୁ ସହଯୋଗ କଲେ ସମାଜସେବୀ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡର ଦଣ୍ଡାସି ସାହିର ସାତକଣିର ଝିଅ ତଥା ୨ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ସନ୍ତୋଷୀ ନାୟକଙ୍କ କାନରେ ଅସାବଧାନ ହେତୁ ତାଙ୍କର କଣାରେ ହାତ ଘଣ୍ଟାର ବ୍ୟାଟେରୀ ପଶିଯିବା ଫଳରେ ଗତ ତିନିଦିନ ଧରି ଅଶୁସ୍ତ ହୋଇଯିବା ସହ ଅସହାୟ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ି ରହିଥିଲେ । ଏହି ୱାର୍ଡର ଅଙ୍ଗନବାଡି ଦିଦି ବବିତା ପଣ୍ଡା ଏହା ଜାଣିବା ପରେ ଝିଅଟିକୁ ନେଇ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସା କରୁଥିବା ଡାକ୍ତର ବ୍ରହ୍ମପୁର ମେଡିକାଲ ନେବା ପାଇଁ କହିଥିଲେ । ଖବର ପାଇ ‘ଭରସା’ ଅନୁଷ୍ଠାନର ସଂପାଦକ ଯୁବ ସମାଜସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ଝିଅଟିକୁ ନେଇ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । ଅସୁସ୍ଥ ଝିଅଟି ଅସହାୟ ଓ ଗରିବ ଶ୍ରେଣୀର ହୋଇଥିବା ବେଳେ ‘ଭରସା’ ଅନୁଷ୍ଠାନ ସହଯୋଗର ହାତ ବଢ଼ିଥିବାରୁ ବିଭିନ୍ନ ମହଲରେ ପ୍ରଶଂଶା କରାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା