

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଇଆରଇଏଲ କଂପାନୀ ଦ୍ୱାରା ପ୍ରାଭାବିତ ମାଟିଖାଲ ଗ୍ରାମର ପ୍ରଭାବିତ ଲୋକମାନଙ୍କୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ । କଂପାନୀର ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଆବଶ୍ୟକୀୟ ଜମିର ବେଆଇନ ଜମି ଅଧିଗ୍ରହଣକୁ ବିରୋଧ କରିବାରୁ ଗ୍ରାମର ୨୮ ଜଣ ମହିଳା ଓ ପୁରୁଷ କଂୁ ଗିରଫ କରି ଜେଲ ପଠାଇଥିଲା ସ୍ଥାନୀୟ ପ୍ରଶାସନ । ତେବେ ପ୍ରଶାସନର ଏହି ବେଆଇନ କାର୍ଯ୍ୟକୁ ଶ୍ରୀ ନାଇଡୁ ତୀବ୍ର ନିନ୍ଦା କରିଛନ୍ତି । ଆଇନ ସମ୍ମତ ଜମି ଅଧିଗ୍ରହଣ ନକରି କାମ ଆଗକୁ ବଢାଇବା ସଂପୂଣ୍ନ ବେଆଇନ ବୋଲି ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଆଇନକୁ ଏଠାରେ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି. ଦଳିତ ଲୋକ ମାନଂକ ଅଧିକାର ଭାରତୀୟ ସଂବିଧାନ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ପାଇଁ ବିଧି ବ୍ୟବସ୍ଥା ରହିଥିବା ବେଳେ ଏଠାରେ ସଂପୂଣ୍ନ ବେଆଇନ କାର୍ଯ୍ୟ କରାଯାଇଛି । ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଆଇନରେ ଜମି ଅଧିଗ୍ରହଣର ନିଧିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ନ ହେଲେ ଜମିମାଲିକକୁ ଜମି ଫେରାଇବା ପାଇଁ ବ୍ୟବସ୍ଥା ରହିଛି । ହେଲେ ଏଠାରେ ଏହା ବିଫଳ ହୋଇଛି । ଏନେଇ ନ୍ୟାୟିକ ଲଢେଇ ଜୋରଦାର ହେବ ବୋଲି ଶ୍ରା ନାଇଡୁ କହିବାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ସେ କାଠଗଡାକୁ ଟାଣିଛନ୍ତି । ଏହି ଅବସରରେ ଶ୍ରୀ ନାଇଡୁ ମାଟିଖାଲ ଗ୍ରାମରେ ପହଁଚି ଏହି ଲଢେଇରେ ନିଜକୁ ସାମିଲ କରି ଜେଲ ଭୋଗିଥିବା ସମସ୍ତ ୨୮ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ନେତା ଗୁରୁଦେବ ବେହେରା, ବହୁଜନ କ୍ରାନ୍ତି ମୋର୍ଚାର ସଭାପତି ସୁମା ଦାସ, କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଅମିନ ଖାନ, ଗ୍ରାମବାସୀ ବନ୍ଧୁ ପ୍ରଧାନ, ଉଦୟ ପ୍ରଧାନ, ଇନ୍ଦୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



