ଆଇଡିବିଆଇ ବ୍ୟାଙ୍କରୁ ଚୋରୀ ଉଦ୍ୟମ : ସିକ୍ୟୁରିଟି ହାତରେ ଧରା ପଡିଲା ଯୁବକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ବଜାରସ୍ଥିତ ଆଇଡିବିଆଇ ବ୍ୟାଙ୍କର ଜଳେଶ୍ୱରର ଶାଖର ପଛପଟ ଝରକା ତାଡି ମଂଗଳାବାର ରାତି ୧୨ ସମୟରେ ଜଣେ ଯୁବକ ଚୋରୀ କରିବା ଉଦ୍ୟମ କରୁଥିବା ବେଳେଳ ଏଲ୍‌ଆଇସିର ସିକ୍ୟୁୂରିଟି ଗାର୍ଡ ହାଡିବଂଧୁ ସରେନ୍‌ଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ତାକୁ ଧରିବାରେ ସଫଳ ହୋଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ସଂପୃକ୍ତ ଯୁବକ ନିଜର ଜ୍ୟାକେଟ ଖୋଲି ବାହାରେ ଟାଙ୍ଗିଦେଇ ପଛପଟ ଝରକା ସାବୁଳରେ ତାଡି ବ୍ୟାଙ୍କ ବିତରକୁ ପଶିବାକୁ ଉଦ୍ୟାମ କରୁଥିବା ବେଳେ ହଠାତ୍ ଗୋଟିଏ ଫୁଊକୁଣ୍ଡ ଖସିଯିବା ଫଳରେ ଏକ ଶବ୍ଦ ଶୁଣି ଏଲ୍‌ଆଇସିର ସିକ୍ୟୁରିଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଜ ଜୀବନକୁ ବାଜି ଲଗାଇ ସଂପୃକ୍ତ ଯୁବକକୁ କାବୁ କରିଥିଲା । ଠିକ୍ ସେହିସମୟରେ ଏଲ୍‌ଆଇସିର ଅନ୍ୟ ୨ଜଣ ସହଯୋଗୀ କର୍ମଚାରୀ ସେଠାରେ ପହଞ୍ଚି ବା ପରେ ତାହୁ ଅଟକ ରଖି ପୋଲିସ୍‌କୁ ଖବର ଦେଇଥିଲେ । ପରେ ଜଳେଶ୍ୱର ପୁଲିସ୍ ଅଭିଯୁକ୍ତ ଯୁବକ ଜଳେଶ୍ୱର ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ତ୍ରିଲୋଚନ ପ୍ରଧାନକୁ ଧରି ଥାନାକୁ ନେଇଥିଲା । ଘଟଣା ସଂପର୍କରେ ଏକ ମାମଲା ୫୨/୨୦ ମୂଳେ ରୁୁଜୁ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା