ଆଇନଜୀବୀ ବ୍ରହ୍ମାନନ୍ଦ ନାୟକଙ୍କ ଅକାଳ ମୃତ୍ୟୁ : ବେସାହାରା ପରିବାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟ ଜଣେ ଜନଦରଦୀ ଆଇନଜୀବୀ ବ୍ରହ୍ମାନନ୍ଦ ନାୟକ ଗତ ୨୧ତାରିଖ ଭୋର ୫ଟା ୩୦ରେ ଅକାଳରେ ମୃତ୍ୟୁବରଣ କରିଛନ୍ତି । ସବୁଦିନ ପରି ସେ ନିତ୍ୟକର୍ମ ସାରୁଥିବା ବେଳେ ପାଇଖାନାରୁ ବାହାରୁ ନ ଥିବାରୁ ପରିବାର ଲୋକେ ଖୋଜ ଖବର କରିଥିଲେ । ପରେ ତାଙ୍କୁ ପାଇଖାନା ଦରାଜା ଭାଂଗି ତାଙ୍କୁ ଆବିଷ୍କାର କରାଯାଇଥିଲା । ସଂଗେ ସଂଗେ ତାଙ୍କୁ ନିକଟସ୍ଥ ଜିକେଭଟ୍ଟର ହସ୍ପିଟାଲ୍କୁ ନେବାପରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୧ବର୍ଷ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ବିଧବା ସ୍ତ୍ରୀ ବେସାହାରା ହୋଇଛନ୍ତି । ଅନ୍ୟର ସେବା କରିବା ଏବଂ ଆଇନଜୀବୀ ଏକ ବୃତିତଗତ ଭାବେ ସେବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରି ଆସୁଥିବାରୁ ତାଙ୍କ ମୃତ୍ୟୁରେ ଲୋକର ଲହରୀ ଖେଳି ଯାଇଛି । ତାଙ୍କର ମୃତ୍ୟୁ ପରେ ଜଳେଶ୍ୱର ବାର୍ର ସଭାପତି ଚିନ୍ମୟ ଦାସ, ଦେବିଦାସ ଗିରି, ସବ୍ୟସାଚୀ ଦାସ, ବାଲେଶ୍ୱର ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଶିକ୍ଷକ ନେତା ସୁଶାନ୍ତ ଦାସ, ସମାଜସେବୀ ସୁଦର୍ଶନ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସରପଞ୍ଚ ଦିନେଶ ଜେନା, ସମିତି ସଭ୍ୟ ସଞ୍ଜୟ ମହାନ୍ତି, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ରବିନାରାୟଣ ପାତ୍ର, ଅବନୀ ଚାନ୍ଦ ଓ ଅନ୍ୟବହୁ ଶୁଭେଚ୍ଛୁ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ତାଙ୍କର ହୃଦଘାତ ଜନୀତ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା