ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୨୫ଟି ଗ୍ରା.ପ.ରେ ୨୫୭ ଗ୍ରାମର ୨ଲକ୍ଷ କୋଡିଏ ହଜାର ଲୋକଙ୍କୁ ନ୍ୟାୟ ଦେବାଲାଗି ବ୍ୟାପକ ପୋଲିସ କାର୍ଯ୍ୟାଳୟ ନ ଥିବାରୁ ପଶ୍ଚିମବାର୍ଡ ଠାରେ ଅନ୍ତତଃ ଏକ ଫାଣ୍ଡି ପ୍ରତିଷ୍ଠା ଲାଗି ବହୁ ବର୍ଷରୁ ଦାବି ହୋଇ ଆସୁଛି । ଯୁବ ନେତା ତଥା ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ଦାବି ଓ ସାଂସଦ ଇଂ ରବିନ୍ଦ୍ର ଜେନା ଓ ବିଧାୟକ ଅଶ୍ୱନୀ ପାତ୍ରଙ୍କ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିବାରୁ ଫାଣ୍ଡି ପ୍ରତିଷ୍ଠା ହେବାଲାଗି କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି । ପଶ୍ଚିମବାର୍ଡ, ଖୁଲୁଡା, ପାଇକସିଦା, ଝାଡପିମ୍ପଳ ଓ ବାଇଗଣ ବାଲିଆର ପଂଚାୟତର ୩୨ଟି ଗାଁକୁ ନେଇ ୩୫ ହଜାର ଲୋକଙ୍କୁ ସେବା ଦେବାପାଇଁ ସେଠାରେ ଫାଣ୍ଡି ପ୍ରତିଷ୍ଠା ହେବ ବୋଲି କୁହାଯାଇ ଆସୁଛି । ସେ ଅଂଚଳର ଲୋକ ଆଇନ୍ ଶୃଙ୍ଖଳା ପାଇଁ ୩୫ କି.ମି ବୁଲି ନାମ୍ପୋ ଫାଣ୍ଡିରେ ପହଞ୍ଚି ଥାନ୍ତି । ଫାଣ୍ଡି ପ୍ରତିଷ୍ଠା ହେଲେ ସେ ଅଂଚଳବାସୀଙ୍କୁ ନ୍ୟାୟ ମିଳିବ ବୋଲି କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା