ଆଇସିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ସଫଳତା ହାସଲ କଲେ ପ୍ରିନସୀତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଆଇସିଏସଇର ଦଶମ ବୋର୍ଡ଼ ପରୀକ୍ଷାରେ ଛତ୍ରପୁରର ପ୍ରିନସୀତା ଅରଜିତା ପଟ୍ଟନାୟକ ନାମକ ଜଣେ ଛାତ୍ରୀ ଟପ୍ପର ହୋଇଥିବା ସୂଚନା ମିଳିଛି । ସେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ଼ର କୋର୍ଟ ଷ୍ଟେସନ ସାହିର ବାସିନ୍ଦା ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନାତୁଣୀ ଏବଂ ଯୁବ ସମାଜସେବୀ ପୁଳିନ ବିହାରୀ ପଟ୍ଟନାୟକ ଓ ପୂର୍ବତନ କାଉନସିଲର ତଥା ଶିକ୍ଷାବିତ ଯାଜ୍ଞସେନୀ ସାମନ୍ତରାୟଙ୍କ କନ୍ୟା ବୋଲି ଜଣାପଡିଛି । ଚଳିତ ମାସରେ ପ୍ରକାଶ ପାଇଥିବା ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛତ୍ରପୁର କାର୍ମେଲ କନଭେଂଟ ସ୍କୁଲରେ ପାଠ ପଢ଼ୁଥିବା ପ୍ରିନସୀତା ଅରଜିତା ପଟ୍ଟନାୟକ ୯୭ ପ୍ରତିଶନ ନମ୍ବର ରଖି ସ୍କୁଲରେ ଟପ୍ପର ହେବା ସହ ଛତ୍ରପୁର ଉପଖଣ୍ଡ ସ୍ତରରେ ମଧ୍ୟ ଟପ୍ପର ହୋଇଥିବା ଜଣାଯାଇଛି । ପ୍ରିନସୀତା ଡାକ୍ତର ପାଠ ପଢ଼ି ନିରାଶ୍ରୟ ରୋଗୀଙ୍କ ସେବା କରିବାର ଲକ୍ଷ ରଖିଥିବା କହିଛନ୍ତି । ଏହାସହ ସେ ସମସ୍ତ ଶ୍ରେୟ ନିଜ ବାପା, ମା, ସ୍କୁଲର ପ୍ରିନ୍ସପାଲ ତଥା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟ୍ୟୁସନ ସାରଙ୍କୁ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ଛତ୍ରପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯିବା ସହ ତାଙ୍କର ନିଜ ଦାଦା ତଥା ପୂର୍ବତନ ଯୁବ ସାମ୍ବାଦିକ ଅଟଳ ବିହାରୀ ପଟ୍ଟନାୟକ ମଧ୍ୟ ତାଙ୍କର ଦୀର୍ଘାୟୁ କାମନା କରି ଆହୁରି ସଫଳତାର ଶୀର୍ଷ ଛୁଇଁବା ନିମନ୍ତେ ଆଶୀର୍ବାଦ କାମନା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା