
ହିନ୍ଦୋଳ(ସମୃଦ୍ଧଓଡିଶା)-ହିନ୍ଦୋଳ ଉପଖଣ୍ଡ ସ୍ଥିତ ମିନି ଷ୍ଟାଡିୟମ ରେ ହିନ୍ଦୋଳ ସବଡ଼ିଭିଜନର ୮ ଟି ସରକାରୀ ବିଭାଗୀୟ ଦଳକୁ ନେଇ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟରେ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ, ପ୍ରତିଦ୍ବନ୍ଦୀ ହିନ୍ଦୋଳ ହେଲଥ ଡିପାର୍ଟମେଣ୍ଟ କୁ ହରାଇ ତାର ବିଜୟ ଅଭିଯାନ ଜାରି ରଖିଛି!ଆଜି ସକାଳେ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନର ଅଧିନାୟକ ପ୍ରକାଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ!ମାତ୍ର ହେଲଥ ଡିପାର୍ଟମେଣ୍ଟର ମାପଚୁପ ବୋଲିଂ ଆଗରେ ଜୁଡ଼ିସିଆଲ ଇଲେଭେନର ଆଗଧାଡିର ବ୍ୟାଟ୍ସମ୍ୟାନ ହାତଖୋଲା ସଟ ମାରିପାରିନଥିଲେ!ଏପରିକି ପ୍ରଥମ ଚାରି ଓଭର ଭିତରେ ଅଧିନାୟକ ପ୍ରକାଶ ଙ୍କ ସହିତ ଷ୍ଟାର ବ୍ୟାଟ୍ସମ୍ୟାନ ବିଶ୍ୱଜିତ କୁମାର ଏବଂ ଗୋବିନ୍ଦ ଆଉଟ ହେଇଜିବାରୁ ଦଳର ରନରେଟରେ ଅଙ୍କୁଶ ଲାଗିଥିଲା!ଲାଗୁଥିଲା ଯେମିତି ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ ପଚାଶ ରନ ଭିତରେ ସୀମିତି ରହିଯିବ!ଏହି ସମୟରେ ଜୁଡ଼ିସିଆଲ ଇଲେଭେନର ବ୍ୟାଟ୍ସମ୍ୟାନ ଆକର୍ଷଣ ବେହେରା ଦଳର ସଙ୍କଟ ମୋଚକ ଭାବରେ କ୍ରିଜକୁ ଆସି ପଡିଆର ଚତୁର୍ଦିଗକୁ ଆକର୍ଷଣୀୟ ସଟ ମାନ ମାରି ଦଳ କୁ ବିପଦ ରୁ ଉଦ୍ଧାର କରିଥିଲେ!ଆକର୍ଷଣ ଏପରି ଧୂଆଁଧାର ବ୍ୟାଟିଂ କରିଥିଲେ ଯେ ବିପକ୍ଷ ଦଳର କୌଣସି ବୋଲରଙ୍କୁ ତ୍ରାହି ଦେଇନଥିଲେ! ଆକର୍ଷଣ ଏକାକୀ ଦଳର ମଙ୍ଗ ସମ୍ଭାଳି ଶେଷ ପର୍ଯ୍ୟନ୍ତ ଅପରାଜିତ ଦଳକୁ ଏକ ବିଶାଳ ସ୍କୋର ଭେଟି ଦେଇଥିଲେ!ଆକର୍ଷଣ ବେହେରା ମାତ୍ର ୩୨ ଟି ବଲର ସାମ୍ନା କରି ଚାରୋଟି ଚୌକା ଏବଂ ସାତଟି ବିଶାଳ ଛକା ମାଧ୍ୟମରେ ଅପରାଜିତ ୬୬ ରନ କରିଥିଲେ!ଜୁଡ଼ିସିଆଲ ଇଲେଭେନ ନିର୍ଧାରିତ ୧୦ ଓଭର ରେ ବିଶାଳ ୧୨୬ ରନ କରିଥିଲା !ପ୍ରତ୍ୟୁତରେ ହିନ୍ଦୋଳ ହେଲଥ ଡିପାର୍ଟମେଣ୍ଟ ପ୍ରାରମ୍ଭରୁ ଷ୍ଟାର ବ୍ୟାଟ୍ସମ୍ୟାନ ତାପସ ଙ୍କୁ ହରାଇ ବିଜୟ ଲକ୍ଷ୍ୟର ବହୁତ ଦୂରରେ ରହିଯାଇଥିଲା!ହେଲଥ ଡିପାର୍ଟମେଣ୍ଟ ନିର୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୯୨ ରନ କରି ୩୪ ରନ ରେ ପରାଜୟ ବରଣ କରିଥିଲା!ଜୁଡ଼ିସିଆଲ ଇଲେଭେନ ର ଆକର୍ଷଣ ବେହେରାଙ୍କୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବରେ ଘୋଷଣା କରାଯାଇଥିଲା!!
ରିପୋର୍ଟ : ରଜତ ମହାପାତ୍ର